କିନ୍ନରମାନଙ୍କ କରୋନା ସଚେତନତା

0 259

ଫୁଲବାଣୀ: କନ୍ଧମାଳ ଜିଲ୍ଳାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ହେତୁ ଜିଲ୍ଳା ପ୍ରଶାସନ ତରଫରୁ ବିଭିନ୍ନ ସଚେତନତା ଜାରି ରହିଥିବାବେଳେ ଲକ୍‌ଡାଉନ୍‌ ଓ ସଟଡାଉନ୍‌ ପ୍ରକ୍ରିୟା ଜାରି ରଖି ଏହି ସମୟରେ ଅଙ୍ଗନବାଡି, ଆଶାକର୍ମୀ, ଶିକ୍ଷକ ଶିକ୍ଷୟତ୍ରୀଙ୍କ ଜରିଆରେ ସ୍ୱାସ୍ଥ୍ୟ ପରୀକ୍ଷା ସହ ଅନ୍ୟ ଜିଲ୍ଳାକୁ ଯାଇଥିବା ନଯାଇଥିବା ଇତ୍ୟାଦି ଯାଞ୍ଚ କରିବା ସହ କରୋନା ସଚେତନତା କରାଯାଇ ସଂକ୍ରମଣ ବୃଦ୍ଧିକୁ କମାଇ ଦିଆଯାଇ ପାରୁଛି ।ଏପ୍ରକାର ସଚେତନତା କ୍ଷେତ୍ରରେ କିନ୍ନ୍‌ର ମାନେବି ପଛଘୁଞ୍ଚା ଦେଇନାହାନ୍ତି । କନ୍ଧମାଳ ଜିଲ୍ଳା ଫିରିଙ୍ଗିଆ ବ୍ଳକ ପଂଚାୟତରେ ୱାର୍ଡକୁ ୱାର୍ଡ ବୁଲି ଜନସାଧାରଣଙ୍କୁ କୋଭିଡ-୧୯ର ମୁକାବିଲା ପାଇଁ ସଚେତନ କରାଉଛନ୍ତି । କିନ୍ନରମାନଙ୍କ ସହ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡି, ଆଶାକର୍ମୀ ଏମାନେ ଲୋକଙ୍କୁ ସାମାଜିକ ଦୁରତା ବଜାୟ ରଖିବାସହ ମାସ୍କ ପିନ୍ଧିବା, ହାତକୁ ବାରମ୍ବାର ସାବୁନରେ ଧୋଇବା, ଜ୍ୱର, ଖାସ, ଥଣ୍ଡା, ଛିଙ୍କ ଆଦି ବହୁତ ଦିନ ଲାଗି ରହିଲେ ରୋଗର ଲକ୍ଷଣ ନଲୁଚାଇ ସରକାରଙ୍କୁ ଜଣାଇବା ଇତ୍ୟାଦି ସ୍ଥାନୀୟ ଜନସାଧାରଣଙ୍କୁ ବୁଝାଇଥିଲେ । କିନ୍ନରମାନଙ୍କର ଏପ୍ରକାର ପ୍ରୟାସକୁ ବୁଦ୍ଧିଜିବୀ ମହଲରେ ପ୍ରଂଶସନୀୟ ହୋଇପାରିଛି ।

hiranchal ad1
Leave A Reply

Your email address will not be published.

four × 3 =