ଅଜଣା ଯୁବକର ମୃତ ଦେହ ନାଳରୁ ଉଦ୍ଧାର

0 541

ଫୁଲବାଣୀ: କନ୍ଧମାଳ ଜିଲ୍ଳାର ଖଜୁରିପଡା ଥାନା ଅଧିନସ୍ଥ ଦୁତିମେଣ୍ଢି ଗ୍ରାମପଂଚାୟତ ସମ୍ବରଡେଗା ନାଳରେ ଆଜି ଜଣେ ଅଜଣା ଯୁବକ ମରି ପଡିଥିବା ଦେଖି କିଛି ଲୋକ ପୋଲିସକୁ ସୂଚନା ଦେଇଥିଲେ । ଖଜୁରୀପଡ଼ା ଥାନା ଅଧିକାରୀ ଶ୍ରୀ ରମାକାନ୍ତ ପାତ୍ର, ଏସଆଇ ବିକାଶ କୁମାର ମଲ୍ଳିକ, ଉଦ୍ଧବ କୁମାର ଯାନୀ ଏସଆଇ ବିରେନ୍ଦ୍ର କୁମାର ମଲ୍ଳିକ ଏବଂ କୃଷ୍ଣ ଚନ୍ଦ୍ର ମଲ୍ଲିକ ପ୍ରମୁଖ ତୁରନ୍ତ ଘଟଣା ସ୍ଥଳରେ ପହଂଚିଥିବା ବେଳେ ଫୁଲବାଣୀ ସଦର ଏସଡିପିଓ ଶ୍ରୀ ମହେନ୍ଦ୍ର ନାଥ ମୁର୍ମ୍ମୁ ମଧ୍ୟ ସାଇଣ୍ଟିିଫିକ ଟିମ ସହ ପହଞ୍ଚିି ଘଟଣାର ବିଭିନ୍ନ ଦିଗରୁ ତଦନ୍ତ କରୁଥିବା ବେଳେ ଶବକୁ ବ୍ୟବଛେଦ ପାଇଁ ଜିଲ୍ଳା ମୁଖ୍ୟ ଡାକ୍ତରଖାନା ଫୁଲବାଣୀକୁ ପଠାଯାଇଛି ।ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ୧୨/୨୦ରେ ରଜ୍ଜୁ କରି ଜିଲ୍ଳାର ବିଭିନ୍ନ ଥାନାକୁ ସୂଚନା ଦିଆଯାଇ ତଦନ୍ତ ଚାଲିଥିବା ନେଇ ଥାନା ଅଧିକାରୀ ରମାକାନ୍ତ ପାତ୍ର ସୁଚନା ପ୍ରଦାନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

2 + 1 =