ସାପ କାମୁଡାରେ ଯୁବକ ମୃତ

0 3,846

hiring

ବୌଦ୍ଧ -ଗତ ବିଳମ୍ବିତ ରାତିରେ ବlଉଁଶୁଣି ଥାନା ବାଦିକଟା ଗ୍ରାମର ଜଣେ ଯୁବକଙ୍କ ବିଷଧର ସାପ କାମୁଡାରେ ମୃତ୍ୟୁ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ବାଦିକଟା ଗ୍ରାମର ରାଜେଶ ବାଦୀ (26 ବର୍ଷ ) ନାମକ ଜଣେ ଯୁବକ ରାତିରେ ନିଜ ଘରେ ଶୋଇଥିଲେ l ବିଳମ୍ବିତ ରାତିରେ ଗୋଟିଏ ବିଷଧର ଚିତି ସାପ ତାଙ୍କୁ କାମୁଡି ଦେଇଥିଲା l ସାପ କାମୁଡାରେ ଆହତ ହୋଇଥିବା ରାଜେଶଙ୍କୁ ପ୍ରଥମେ ଗୁଣିଆ ଡାକି ପରିବାର ଲୋକ ଫୁଙ୍କା ଝଡ଼ା କରାଇଥିଲେ l ତାଙ୍କର ଅବସ୍ଥା ଗୁରୁତର ହେବା ପରେ ଡାକ୍ତରଖାନା ଆଣିବା ପାଇଁ ଆଜି ସକାଳେ 108 ଆମ୍ବୁଲାନସକୁ ଡକାଇ ବlଉଁଶୁଣିର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ l ଡାକ୍ତର ସେଠାରେ ରାଜେଶଙ୍କୁ ମୃତ ଘୋଷଣା କରିଛନ୍ତି |

hiranchal ad1
Leave A Reply

Your email address will not be published.

fifteen − 7 =