ପୋଖରୀରେ ବୁଡି ଅଜା-ନାତି ମୃତ

0 118

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଷଗୁମୁଡ଼ା ବ୍ଲକ ଅନ୍ତର୍ଗତ କାନାଗୁଡ଼ାର ଛଞ୍ଚାଣକୋଟ ଠାରେ ଥିବା ଏକ ପୋଖରୀରେ ବୁଡି ଅଜା ଓ ନାତିଙ୍କର ମୃତ୍ୟୁ ହୋଇଯାଇଛି । ମିଳିଥିବା ସୂଚନା ଅନୁସାରେ ରବିବାର କାନାଗୁଡ଼ାର ଲବ ହରିଜନ(୬୨) ବିଲକୁ ଯାଇଥିଲେ । ତାଙ୍କ ନାତି ସୁରଜ ମଧ୍ୟ ଅଜା ସହିତ ଘରକୁ ଫେରୁଥିଲା ।
ଛଞ୍ଚାଣକୋଟ ଠାରେ ଥିବା ଏକ ପୋଖରୀରେ ସେମାନେ ଗୋଡ ଧୋଉଥିବା ବେଳେ ପ୍ରଥମେ ନାତି ସୁରଜର ଗୋଡ ଖସିଯଇ ପୋଖରୀ ଭିତରେ ପଡ଼ି ଯାଇଥିଲା । ନାତି ପାଣିରେ ବୁଡିଯାଉଥିବା ଦେଖି ଅଜା ଲବ ନାତିକୁ ଉଦ୍ଧାର କରିବା ପାଇଁ ପାଣି ଭିତରକୁ ପଶି ଯାଇଥିଲେ । କିନ୍ତୁ ଆଉ ଉପରକୁ ଆସିପାରିଲେ ନାହିଁ । ମୃତ ଅଜା ଓ ନାତିଙ୍କୁ ସ୍ଥାନୀୟ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିଲେ ।

hiranchal ad1
Leave A Reply

Your email address will not be published.

one + ten =