ଭାରସାମ୍ୟ ହରାଇ ଗଛରେ ପିଟିହେଲା ମୋଟରସାଇକେଲ ଦୁଇ ମୃତ, ଜଣେ ଗୁରୁତର

0 350


ବାଲିଗୁଡ଼ା,୨୦/୨: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବାଟାଗୁଡ଼ା ୫୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟି ହେଲା ମୋଟରସାଇକେଲ । ଦୁଇଜଣ ମୋଟରସାଇକେଲ ଆରୋହୀ ମୃତ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରୁ ଜଣେ କୁର୍ତ୍ତମଗଡ଼ ବ୍ଲକ୍ ଦାନୁଙ୍ଗିଆ ଗ୍ରାମର ରିବିୟ ମାଝୀ ହୋଇଥିବା ବେଳେ ଅନ୍ୟ ଜଣଙ୍କର ପରିଚୟ ମିଳିପାରିନାହିଁ । ସୂଚନା ପ୍ରକାରେ ଦାନୁଙ୍ଗିଆ ଗ୍ରାମରୁ ତିନିଜଣ ଯୁବକ ମୋଟରସାଇକେଲରେ ଦୃତ ଗତିରେ ଆସୁଥିବା ବେଳେ ବାଟାଗୁଡ଼ା ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛରେ ବାଡ଼େଇ ହୋଇଯାଇଥିଲା । ତିନିଜଣ ଆରୋହୀ ଗୁରୁତର ଆହତ ହୋଇଥିଲେ । ସମସ୍ତଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯିବା ପରେ ଦୁଇଜଣ ଯୁବକଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।

hiranchal ad1
Leave A Reply

Your email address will not be published.

three × three =