ରାଜ୍ୟ ତୀରନ୍ଦାଜ ପ୍ରତିଯୋଗୀତାରେ ବୌଦ୍ଧଜିଲ୍ଲା ପ୍ରତିଯୋଗୀଙ୍କ କୃତିତ୍ୱ

0 854

ବୌଦ୍ଧ,୨୦/୨ – ଓଡିଶା ଆର୍ଚେରୀ ଆସୋସିଏସନ ଆନୁକୁଲ୍ୟରେ କଟକ ବାରବାଟୀ ଷ୍ଟାଡିଅମରେ ଗତ ୧୯ ତାରିଖରୁ ଆରମ୍ଭ ହୋଇଥିବା ୨୨ ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗୀତାରେ ବୌଦ୍ଧର ପ୍ରତିଯୋଗୀମାନେ ଉତ୍ତମ ପ୍ରଦର୍ଶନ କରିଥିବା ଜଣାପଡିଛି । ବୌଦ୍ଧଜିଲ୍ଲା ଆର୍ଚେରୀ ଆସୋସିଏସନ ମାଧ୍ୟମରେ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତାରେ ୯ ବର୍ଷରୁ କମ୍‌ ବାଳିକା ବର୍ଗରେ ହେମାଦ୍ରୀ ବଗର୍ତ୍ତୀ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ହେମାଦ୍ରୀ ହେଉଛନ୍ତି ବୌଦ୍ଧଜିଲ୍ଲା ବଲାସିଙ୍ଗାସ୍ଥିତ ୫ ମ ଆଇ. ଆର. ବି. ବାଟାଲିୟନରେ କାର୍ଯ୍ୟରତ ହାବିଲଦାର୍‌ ଅମେତ କୁମାର୍‌ ବଗର୍ତ୍ତିଙ୍କ ଝିଅ । ସେହିପରି ସୁଶ୍ରୀ ଆଲିଶା ପ୍ରଧାନ ଦ୍ୱିତୀୟ ସ୍ଥାନ ଅଧିକାର କରି ବୌଦ୍ଧ ପାଇଁ ଗୌରବ ଆଣିଛନ୍ତି । ଆଲିଶା ହେଉଛନ୍ତି ବୌଦ୍ଧ ସହର ରାଜନପାଲି ନିବାସୀ ଯୁବ ବ୍ୟବସାୟୀ ସୁବୋଧ କୁମାର୍‌ ପ୍ରଧାନଙ୍କ ଝିଅ ।

hiring

୧୪ ବର୍ଷରୁ କମ୍‌ ବାଳିକା ବିଭାଗରେ ଟେନିସା ମେହେର ରାଜ୍ୟରେ ତୃତୀୟ ସ୍ଥାନ ହାସଲ କରିଛନ୍ତି । ଟେନିସା ହେଉଛନ୍ତି ବୌଦ୍ଧ ସହର ବୁଟୁପାଲିର ଯୁବ ସମାଜସେବୀ ଇନ୍ଦ୍ରମଣି ମେହେରଙ୍କ ଝିଅ । ସେହିପରି ଏହି ବିଭାଗରେ ବୌଦ୍ଧର ପ୍ରତିଯୋଗୀମାନେ ଚତୁର୍ଥ ସ୍ଥାନରୁ ଅଷ୍ଟମ ସ୍ଥାନ ପର୍ଯ୍ୟନ୍ତ କ୍ରମାନ୍ୱୟରେ ସ୍ନିଗ୍ଧାରାଣୀ ଜାନୀ, ସ୍ମିତିସ୍ନିଗ୍ଧା ସାମଲ, ସନ୍ତୃପ୍ତୀ ସାହୁ, ସୁଲଗ୍ନା ମିଶ୍ର ଓ ପ୍ରାଚୀପ୍ରଭା ମେହେର ଦଖଲ୍‌ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଆର୍ଚେରୀ ଆସୋସିଏସନ ମାଧ୍ୟମରେ ପ୍ରଶିକ୍ଷକ କୃଷ୍ଣଚନ୍ଦ୍ର ସେଠୀଙ୍କ ସହ ଜିଲ୍ଲାରୁ ୧୭ ଜଣ ପ୍ରତିଯୋଗୀ ବିଭିନ୍ନ ବିଭାଗରେ ଅଂଶଗ୍ରହଣ କରିବା ପାଇଁ କଟକ ଯାଇଛନ୍ତି ।

hiranchal ad1
Leave A Reply

Your email address will not be published.

five × 5 =