ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ଗୁରୁତର

0 1,334

hiring

ବୌଦ୍ଧ /ବାଉଁଶୁଣୀ,୨୦/୨ – ଆଜି ସନ୍ଧ୍ୟା ପ୍ରାୟ 8 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର 57ର ଟାଟରକିଲା ଛକ ନିକଟରେ ଗୋଟିଏ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ପ୍ରାୟ 8 ଘଣ୍ଟା ସମୟରେ ଅଁଳାପାଲି ପଞ୍ଚାୟତ ଟାଟାରକିଲା ଗ୍ରାମର ବିକ୍ରମ ଖଟୁଆ (30) ଗୋଟିଏ ଗ୍ଲାମର୍ ବାଇକ ଓଡ଼ି 11 ଏ 7090 ଯୋଗେ ବାଉଁଶୁଣି ବଜାରକୁ କୌଣସି କାମରେ ଯାଇ ଘରକୁ ଫେରୁଥିବା ବେଳେ ଜାତୀୟ ରାଜପଥ ନମ୍ବର 57ର ଟାଟରକିଲା ଛକ ନିକଟରେ ଗୋଟିଏ ଅଜଣା ବୋଲେରୋ ଧକ୍କା ଦେଇଥିଲା l ଫଳରେ ସେ ଗୁରୁତର ଆହତ ହୋଇଥିଲେ | ବାଉଁଶୁଣୀ ପୋଲିସ୍ ତାଙ୍କୁ ଉଦ୍ଧାର କରି ବାଉଁଶୁଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା l ଅବସ୍ଥା ଗୁରୁତର ହେବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

hiranchal ad1
Leave A Reply

Your email address will not be published.

1 × two =