ପ୍ରଥମ ଗଡଜାତ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

0 559

hiring

ବୌଦ୍ଧ,୨୦/୨ – ହରଭଙ୍ଗା ବ୍ଲକ ବୀରନରସିଂପୁର ସ୍ଥିତ ସାଧୁ ଚରଣ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଗଡଜାତ ସାଂସ୍କୃତିକ ପରିଷଦ ଆନୁକୁଲ୍ୟରେ ପ୍ରଥମ ଗଡଜାତ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇ ଯାଇଛି | ଏ ଅବସରରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା କ୍ରିକେଟ୍ ଆସୋସିଏସନର ସଭାପତି ଯୁଗଳ କିଶୋର ସାମଲ ଯୋଗ ଦେଇଥିଲେ | ସମ୍ମାନୀତ ଅତିଥି ଭାବରେ ଗଡଜାତ ସାଂସ୍କୃତିକ ପରିଷଦର ସଭାପତି ତଥା ହରଭଙ୍ଗା ପଞ୍ଚାୟତ ସମିତିର ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ର, ବୀରନରସିଂପୁର୍ ଗ୍ରାମ ପଞ୍ଚାୟତର ସରପଞ୍ଚ ସୁବର୍ଣ୍ଣ ମଲ୍ଲିକ ଓ ସାମ୍ବାଦିକ ନରେନ୍ଦ୍ର ସାହୁ ଯୋଗ ଦେଇଥିଲେ | ଆଜି ପ୍ରଥମ ଦିବସରେ ସମୁଦାୟ 8 ଗୋଟି କ୍ରିକେଟ୍ ଦଳ ଭାଗ ନେଇଥିଲେ | ନୂଆପଡ଼ା କ୍ରିକେଟ୍ ଦଳ ଓ ବିକାଶ ଫାଇଟର୍ ଚମ୍ପାପୁର୍ ସେମି ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡିଛି l

hiranchal ad1
Leave A Reply

Your email address will not be published.

two × five =