ସୁବର୍ଣ୍ଣପୁର ଜିଲ୍ଲାରେ ଡିଆଁ ମାରୁଛି କରୋନା

0 458

ସୁବର୍ଣ୍ଣପୁର ୩୦/୪- ଦିନକୁ ଦିନ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଦିନକୁଦିନ ସ୍ଥିତି ବେକାବୁ ହେବାରେ ଲାଗିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ସଚେତନ ପାଇଁ ଯେତେବି କାର୍ଯ୍ୟକ୍ରମ କରାଯାଉଛି ଲୋକ ମାନଙ୍କ ବେପରୁଆ ପଣ ଯୋଗୁଁ ସ୍ଥିତି ରେ ଉନ୍ନତି ଆସିବାର ନାଁ ଧରୁନାହିଁ। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ ସଂକ୍ରମିତ ସକ୍ରିୟ ସଂଖ୍ୟା ୮୦୦ଉପରେ ଥିବାବେଳେ ମାତ୍ର ୪ଦିନରେ ୪ଶହ ପାର ହେବା ଘଟଣାରେ ବୁଦ୍ଧିଜୀବୀ ତଥା ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମହଲକୁ ଚିନ୍ତାରେ ପକାଇଛି। ଗତ କିଛି ଦିନ ହେଲା ଜିଲ୍ଲାରେ ସଂକ୍ରମିତ ଙ୍କ ସଂଖ୍ୟା ରେ ଆଶାତୀତ ଭାବେ ବୃଦ୍ଧି ଘଟୁଥିବା ଲକ୍ଷ୍ୟ କରାଯାଇଛି। ଗତକାଲି ଜିଲ୍ଲାରେ ସଂକ୍ରମିତ ଙ୍କ ସଂଖ୍ୟା୧୩୧ ଥିବାବେଳେ ଆଜି ୯୮ ଅଛି। ବିଶେଷ କରି ଜିଲ୍ଲା ରେ ଗତ ୨୮ତାରିଖ ସୁଦ୍ଧା ବୀରମହାରାଜପୁର ବ୍ଲକରେ ସଂକ୍ରମିତ ଙ୍କ ସଂଖ୍ୟା୮୩ରହିଥିବା ବେଳେ ଡୁଙ୍ଗୁରିପାଲି ବ୍ଲକରେ ସର୍ବାଧିକ ୨୫୮ ରହିଛି ସେହିପରି ସୋନପୁର ବ୍ଲକରେ ୮୮ତରଭା ବ୍ଲକରେ ୧୧୩ ବିନିକାରେ ୧୦୯ଓ ଉଲୁଣ୍ଡା ବ୍ଲକରେ ସର୍ବନିମ୍ନ ୩୬ରହିଛି ତେବେ ସୁବର୍ଣ୍ଣ ପୁର ସଦର ରେ୧୩୩ଜଣ ସଂକ୍ରମିତ ହୋଇଥିଲେ ହେଁ ସହରରେ କିନ୍ତୁ ଏ ମହାମାରୀ ର ଭୟାବହତା କୁ ନେଇ ତିଳେ ବି ଗୁରୁତ୍ୱ ଦେଉନଥିବା ଦେଖାଯାଉଛି। ଏପରିକି ଜିଲ୍ଲା ପ୍ରଶାସନ ତଥା ପୋଲିସ ପ୍ରଶାସନ ର ବାରମ୍ବାର ତାଗିଦ ସତ୍ତ୍ୱେ ମଧ୍ୟ ଲୋକମାନେ ସଚେତନ ହେଉନଥିବାରୁ ବାରମ୍ବାର ଅମାନିଆ ଙ୍କ ଉପରେ ଅର୍ଥ ଦଣ୍ଡ ଆଦାୟ ଚାଲିଛି ଗତକାଲି ଏକ କଂପ୍ୟୁଟର ସେଣ୍ଟରରେ ଶିକ୍ଷାଦାନ ଚାଲିଥିବାରୁ ପ୍ରଶାସନ ପକ୍ଷରୁ ଚଢ଼ାଉ କରି ୫୦ହଜାର ର ମୋଟାଅଙ୍କ ଫାଇନ୍ ଆଦାୟ କରିଥିଲେ ଏପରିକି ରାତ୍ରୀ ୯ଟାରୁ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ସତ୍ତ୍ବେ ମଧ୍ୟ କେହିକେହି ନିର୍ଭୟରେ ଯାତାୟାତ କରୁଥିବା ଦୃଷ୍ଟି ଗୋଚର ହେଉଛି। ଦିନବେଳା ମଧ୍ୟ ବଜାର ଘାଟରେ ଲୋକଙ୍କ ଅସମ୍ଭବ ଭିଡ଼ ପରିଲକ୍ଷିତ ହେଉଛି। ସମସ୍ତେ ସାମାଜିକ ଦୂରତା କୁ ନମାନି ବିନା ମାସ୍କରେ ବେପରୁଆ ଭାବେ ବିଚରଣ କରୁଥିବା ଦେଖାଯାଉଛି। ଏପରି ଯଦି ଚାଲେ ତାହେଲେ ଜିଲ୍ଲାରେ ସଂକ୍ରମିତ ଙ୍କ ସଂଖ୍ୟା ରେଯେ ଯଥେଷ୍ଟ ବୃଦ୍ଧି ପାଇବ ଏ ଆଶଙ୍କାକୁ ଏଡ଼ାଇଦିଆଯାଇନପାରେ।

hiring

hiranchal ad1
Leave A Reply

Your email address will not be published.

3 × one =