୩ଟି ନଳକୂପ ଅଚଳ : ପାନୀୟ ଜଳ ପାଇଁ ଗାଁ ଲୋକେ ହନ୍ତସନ୍ତ

0 260

ପାଟଣାଗଡ : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ମୁଣ୍ଡୋମହୁଲ ଗାଁରେ ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ଗ୍ରାମର ଜନସଂଖ୍ୟା ପ୍ରାୟ ଏକହଜାରରୁ ଅଧିକ ଥିବାବେଳେ ଗ୍ରାମରେ ମାତ୍ର ୪ଟି ନଳକୂପ ଅଛି । କିନ୍ତୁ ଏବେ ତିନୋଟି ନଳକୂପ ଖରାପ ଥିବାରୁ ପାନୀୟ ଜଳ ପାଇଁ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନଳକୂପ ମରାମତି ପାଇଁ ପଞ୍ଚାୟତଠାରୁ ଆରମ୍ଭ କରି ପାଟଣାଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷ ଭକ୍ତବନ୍ଧୁ ନାୟକଙ୍କୁ ମଧ୍ୟ ଏ ସଂପର୍କରେ ଅଭିଯୋଗ କରିଥିଲେ । କିନ୍ତୁ ଏ ପର୍ଯ୍ୟନ୍ତ ସାତ ଦିନ ବିତିଯାଇଥିଲେ ମଧ୍ୟ ନଳକୂପଗୁଡିକର ମରାମତି ହୋଇପାରିନାହିଁ । ଗାଁର ମହିଳାମାନେ ଗ୍ରାମ ନିକଟସ୍ଥ ଏକ ପୋଖରୀରୁ ପାଣି ଆଣି ବ୍ୟବହାର କରୁଛନ୍ତି । ଯାହା ଫଳରେ ଆଗାମୀ ଦିନରେ ଗ୍ରାମବାସୀ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇପାରନ୍ତି ବୋଲି କୁହାଯାଉଛି ।

hiranchal ad1
Leave A Reply

Your email address will not be published.

eleven + 4 =