୧୪୧ ଜଣ ନୂଆ ପଜିଟିଭ ଚିହ୍ନଟ ସହ ସମ୍ବଲପୁର ଜିଲ୍ଲାରେ ସ୍ଥିତି ଗମ୍ଭୀର

0 94

ସମ୍ବଲପୁର : ବିଗତ ୨୪ଘଣ୍ଟା ମଧ୍ୟରେ ୧୪୧ ଜଣ ନୂଆ ପଜିଟିଭ ଚିହ୍ନଟ ସହିତ ସମ୍ବଲପୁର ଜିଲ୍ଲାରେ ସ୍ଥିତି ଗମ୍ଭୀର ଆଡକୁ ଗତିକରୁଛି । ଇତି ମଧ୍ୟରେ ଗତକାଲି ୩ ଜଣଙ୍କ କରୋନା ଯୋଗୁଁ ମୃତ୍ୟୁ ସତ୍ତ୍ୱେ ପ୍ରଶାସନିକ ସ୍ତରରେ ମୃତକଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ୧୬ରେ ଅଟକି ରହିଛି । ଏପର୍ଯ୍ୟନ୍ତ ତାଜା ସ୍ଥିତି ଅନୁସାରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୮୭ ରେ ପହଞ୍ଚିଛି । ବିଗତ ୨୪ଘଣ୍ଟା ମଧ୍ୟରେ ୭୭ଜଣ ସୁସ୍ଥ ହେବା ସହିତ ଏପର୍ଯ୍ୟନ୍ତ ସମୁଦାୟ ୩୦୧୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ବାକି ୯୫୬ ଜଣଙ୍କ ଚିକିତ୍ସା କୋଭିଡ ହସ୍ପିଟାଲରେ ଚାଲିଛି । ନଗରାଞ୍ଚଳରେ କରୋନା ମହାମାରୀ ତାହାର କାୟା ବିସ୍ତାର କରି ଚଲିଛି, କିନ୍ତୁ ଲୋକଙ୍କ ମନରେ ତଥାପି କୌଣସି ପ୍ରକାରେ ଚେତା ପଶୁନାହିଁ । ଆଜି ତ ଶାସକପକ୍ଷର ଜଣେ ନେତାଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଦଳୀୟ କାର୍ଯ୍ୟକ୍ରମରେ କର୍ମୀମାନଙ୍କ ଜନଗହଳିରୁ ସ୍ପଷ୍ଟ ହୋଇଛି ଯେ ଲୋକେ ପଛେ ମରନ୍ତୁ, କିନ୍ତୁ ରାଜନୈତିକ କାର୍ଯ୍ୟକ୍ରମ ଆଦୌ ଧିମେଇ ପାରିବ ନାହିଁ । ଦଳୀୟ ନେତାଙ୍କ ଯଦି ଏପରି ମାନସିକତା ରହିଛି, ତେବେ ଜନସାଧାରଣଙ୍କ ଠାରୁ ଆଉ କ\’ଣ ଆଶା କରାଯିବ । ପ୍ରଶାସନିକ ସୂଚନା ଅନୁସାରେ ଜିଲ୍ଲା ସଦର ହସ୍ପିଟାଲ ସ୍ଥାନରେ ଖୋଲା ଯାଇଥିବା ସମ୍ବଲପୁର କୋଭିଡ ହସ୍ପିଟାଲରେ ସଂକ୍ରମିତ ଗର୍ଭବତୀଙ୍କ ପାଇଁ ପ୍ରସବ ସୁବିଧା ଥିବାରୁ ଏପର୍ଯ୍ୟନ୍ତ ସେଠାରେ ୩୦ଟି ଶିଶୁ ଜନ୍ମ ହୋଇଛନ୍ତି । ଖୁସିର ବିଷୟ ଯେ ସେଠାରେ ଏହି ଶିଶୁଙ୍କ ସହିତ ସେମାନଙ୍କ ମାଆମାନେ ମଧ୍ୟ ସୁସ୍ଥରେ ଚିକିତ୍ସିତ ହେଉଛନ୍ତି ।

hiranchal ad1
Leave A Reply

Your email address will not be published.

16 + 1 =