ସେଞ୍ଚୁରିଆନ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ଜେଇଇ ମେନ୍ ପରୀକ୍ଷାରେ ସଫଳତା

0 133

ପାରଳାଖେମୁଣ୍ଡି : ସଦ୍ୟ ପ୍ରକାଶିତ ଜେଇଇ ମେନ୍ ପରୀକ୍ଷାରେ ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିଆନ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ମାନେ ବିଶେଷ ସଫଳତା ହାସଲ କରିଛନ୍ତି । ଏହି ବର୍ଷ ବିଦ୍ୟାଳୟର ୮ ଜଣ ଛାତ୍ର ଛାତ୍ରୀ ଜେଇଇ ଆଡ଼ଭାନ୍ସ ପାଇଁ କୃତକାର୍ଯ୍ୟ ହାସଲ କରିଛନ୍ତି । ଚଳିତ ବର୍ଷ ଜେଇଇ ମେନରେ ପାଖାପାଖି ଦଶ ଲକ୍ଷ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ । ବିଦ୍ୟାଳୟରୁ ଜି ସୁନୀଲ ୯୫. ୯୦ ପ୍ରତିଶତ ରଖିଛନ୍ତି । ଏସ ହାନୀସା ୯୫.୯୪ ପ୍ରତିଶତ ରଖିଛନ୍ତି । ହୃଷିକେଶ ସାହୁ ୯୧.୬୨ ପ୍ରତିଶତ ରଖିଛନ୍ତି ।ସେହିପରି ମୈନେଦ୍ର ୮୮. ୩୩ ପ୍ରତିଶତ, ଭି ନିକିତା ୮୮.୩୩ ପ୍ରତିଶତ ଅସୀମ ଜେନା ୮୪ .୫୮ ନୀଳକଣ୍ଠ ପ୍ରଧାନ ୭୬. ୪୨ ପ୍ରତିଶତ ଏବଂ ବିକ୍ରମ ଶବର ୭୩.୩୦ ପ୍ରତିଶତ ରଖିଛନ୍ତି । ଚଳିତ ବର୍ଷ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷାରେ ମଧ୍ୟ ବହୁତ ଛାତ୍ର ଛାତ୍ରୀ ୯୦ ପ୍ରତିଶତରୁ ଅଧିକା ନମ୍ବର ରଖିଥିଲେ ।ଏହି ପରି ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ଉପ ସଭାପତି ପ୍ରଫେସର ଡିଏନ ରାଓ ବିଦ୍ୟାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବିଦ୍ୟାଳୟର ପ୍ରିନ୍ସିପାଲ ସୁନିତା ପାଣିଗ୍ରାହୀ, ଆଞ୍ଚଳିକ ନିର୍ଦ୍ଦେଶକ ସମ୍ବିତ ପାତ୍ର ନିର୍ଦ୍ଦେଶିକା ଘ.କାଲାପର୍ଣ୍ଣାଙ୍କ ସମେତ ବିଶ୍ୱ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାର୍ଥୀମାନଙ୍କୁ ଶୁଭେଚ୍ଛା ଜଣେଇବା ସହ ଆଗାମୀ ଦିନରେ ଆହୁରି ଭଲ ପ୍ରଦର୍ଶନ କରିବାକୁ ଉପଦେଶ ଓ ପରାମର୍ଶ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

ten + twelve =