ବୌଦ୍ଧ: ଆଜି ନୂତନ ୬୧ କରୋନା ପଜିଟିଭ ଚିହ୍ନଟ

0 3,551

ବୌଦ୍ଧ,୧୩/୯ – ଆଜି ବୌଦ୍ଧଜିଲ୍ଲାରେ ପୁଣି ନୂତନ ୬୧ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଅଛି । ଆଜିର ୬୧ ଜଣ ନୂତନ ପଜିଟିଭକୁ ମିଶାଇ ଜିଲ୍ଲାରେ ଆଜି ସୁଦ୍ଧା ୧୦୯୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଲେଣି । ଆଜି ଯେଉଁ ୬୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରେ ବୌଦ୍ଧ ସହରାଞ୍ଚଳ ମଧ୍ୟରୁ ୨୦ ଜଣ, ହରଭଙ୍ଗା ବ୍ଲକ୍‌ ପୁରୁଣାକଟକ ଗ୍ରାମରୁ ୩ ଜଣ, ବାମଣ୍ଡା ଗ୍ରାମ ପଂଚାୟତର ରତନପୁର୍‌ ଗ୍ରାମରୁ ୨ ଜଣ, ଦେବଗଡ ଗ୍ରାମରୁ ୧ ଜଣ, ବାମଣ୍ଡା ଗ୍ରାମରୁ ୩ ଜଣ, ସରସରା ଗ୍ରାମରୁ ୨ ଜଣ, ଚାରିଛକରୁ ୧ ଜଣ, ବୌଦ୍ଧ ବ୍ଲକ୍‌ ଗୋଛାପଡା ଗ୍ରାମ ପଂଚାୟତର ପଞ୍ଚୁପାଲି ଗ୍ରାମରୁ ୨୪ ଜଣ, ଲକ୍ଷ୍ମୀପ୍ରସାଦ ଗ୍ରାମରୁ ୧ ଜଣ, କଣ୍ଟାମାଳ ବ୍ଲକ୍‌ ତୁଣ୍ଡମାଲ୍‌ ଗ୍ରାମରୁ ୧ ଜଣ, କଣ୍ଟାମାଳ ଗ୍ରାମରୁ ୨ ଜଣ ଓ ପଲସାଗୋରା ଗ୍ରାମରୁ ୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

twelve − 9 =