ବିଜେଡି ମହିଳା ପର୍ଯ୍ୟବେକ୍ଷକଙ୍କ ଗଜପତି ଗସ୍ତ

0 97

ପାରଳାଖେମୁଣ୍ଡି,୧୩/୯- ଗଜପତି ଜିଲ୍ଲାକୁ ବିଜେଡିର ମହିଳା ପର୍ଯ୍ୟବେକ୍ଷକ ବାସନ୍ତୀ ମହାପାତ୍ର ଗଜପତି ଗସ୍ତ କରିଛନ୍ତି । ଗଜପତିର କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଗୁମ୍ମା ବ୍ଳକ ଗସ୍ତ କରି ସେଠାକାର ବିଭିନ୍ନ ସମସ୍ୟା ଉପରେ ଜିଲ୍ଲା ସଭାପତି ପ୍ରଦୀପ ନାୟକଙ୍କ ସହ ଆଲୋଚନା କରିଛନ୍ତି । ମହିଳା ନେତୃବୃନ୍ଦ ମାନଙ୍କୁ ଆଗକୁ ଆଣିବା ପାଇଁ ସେମାନଙ୍କ ନେତୃତ୍ୱ ନେଇ ବ୍ଳକସ୍ତରରୁ ପଞ୍ଚାୟତ ସ୍ତରରୁ ଜିଲ୍ଲା ସ୍ତରରୁ ପହଞ୍ଚି କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ଦାୟିତ୍ୱ ଦେଇଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ମାନଙ୍କୁ ଗୁରୁତ୍ୱ ଦେଇ ପଚାଶ ପ୍ରତିଶତ ଆଗକୁ ଆଣିଛନ୍ତି । ଯାହା ଫଳରେ ଆଜି ମହିଳାମାନେ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲାପରିଷଦ, ବ୍ଳକ ଅଧ୍ୟକ୍ଷ, ୱାର୍ଡ଼ସଭ୍ୟ ହୋଇପାରିଛନ୍ତି । ଏହି କାର୍ଯ୍ୟକ୍ରମରେ ଗଜପତି କଲ୍ୟାଣି ଦେବୀ, କାର୍ଯ୍ୟକାରିଣୀ ସଭାପତି ସଂଯୁକ୍ତା ବେହେରା ପୂର୍ବତନ କାଶୀ ନଗର ବ୍ଲକ ଚେୟାରମ୍ୟାନ ଏମ୍‌ ସୁଧାରାଣୀ,କାଶୀ ନଗର ବ୍ଳକ ସଭାପତି ଆର ରାମ ପ୍ରସାଦ,ଗୁମ୍ମାବ୍ଳକ ସଭାପତି ଋଘଟଝ ଶବର,ପୂର୍ବତନ ବ୍ଳକ ଅଧ୍ୟକ୍ଷା ପ୍ରେମିକା ମଣ୍ଡଳ,ଗୁମ୍ମା ବ୍ଳକ ସଂସଦ ପ୍ରତିନିଧି ବିମଳ ଦଳେଇ, ବିଜେଡି ଯୁବ ସଭାପତି ଝ ଲିଙ୍ଗରାଜଙ୍କ ସମେତ ସରପଞ୍ଚ ସମିତି ସଭ୍ୟ ବିଜେଡି କର୍ମୀ ଉପସ୍ଥିତ ଥିଲେ । ଆଗାମୀ ଦିନରେ ମହିଳାମାନେ ପଞ୍ଚାୟତ ସ୍ତରରେ ୱାର୍ଡସ୍ତରରେ ଜୋନ ସ୍ତରରେ ନିଜେ ଦାୟିତ୍ୱ ନେଇ ପଦଯାତ୍ରା କରାଯିବ ବୋଲି ଜଣାପଡ଼ିଛି ।

hiranchal ad1
Leave A Reply

Your email address will not be published.

two × 1 =