ଭାରସାମ୍ୟ ହରାଇ ଅଟୋ ଦୁର୍ଘଟଣା, ଜଣେ ଗୁରୁତର

0 1,464

ବୌଦ୍ଧ,୨୭/୧୨- ଆଜି ଅପରାନ୍ହ ପ୍ରାୟ 4 ଘଣ୍ଟା ସମୟରେ ବୌଦ୍ଧ – ଧଳପୁର୍ ଜଗନ୍ନାଥ ସଡକର କାଲେଶ୍ବର୍ ନିକଟରେ ଗୋଟିଏ ଡାଲା ଅଟୋ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ଗୁରୁତର ଆହତ ହେବା ସହିତ ଅନ୍ୟ ଜଣେ ମଧ୍ୟ ଆହତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ବଙ୍କାପଡା ଆମ୍ବବୁରୀ ନିକଟକୁ ବୁଟୁପାଲିର କିଛି ଯୁବକ ଭୋଜି କରିବାକୁ ଯାଇଥିଲେ l ଭୋଜି ସାରି ଗ୍ୟାସ୍ ସିଲିଣ୍ଡର ଓ ଅନ୍ୟାନ୍ୟ ଭୋଜି ପ୍ରସ୍ତୁତି ଉପକରଣ ବୋଝେଇ କରି ଗୋଟିଏ ଡାଲା ଅଟୋ ଫେରୁଥିବା ବେଳେ କାଲେଶ୍ବର୍ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା l ଫଳରେ ଅଟୋ ଚାଳକ ମୋହନ ମେହେର ଗୁରୁତର ଆହତ ହୋଇଥିବା ବେଳେ ଅଟୋରେ ବସିଥିବା ଅନ୍ୟ ଜଣେ ମଧ୍ୟ ଆହତ ହୋଇଥିଲେ | ସେମାନଙ୍କୁ ଉଦ୍ଧାର କରି ଗୋଟିଏ ବାଇକ ଯୋଗେ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା |

hiranchal ad1
Leave A Reply

Your email address will not be published.

14 − 3 =