ଦଶନ୍ଧିର ଶ୍ରେଷ୍ଠ ଟି-୨୦, ଦିନିକିଆ ଓ ଟେଷ୍ଟ ଦଳ ଘୋଷଣା କଲା ଆଇସିସି

0 167

ନୂଆଦିଲ୍ଲୀ : ଗତ ୧୦ ବର୍ଷ ମଧ୍ୟରେ କ୍ରିକେଟ୍ ର ସର୍ବୋତ୍ତମ ପ୍ରଦର୍ଶନକୁ ଆଧାର କରି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦଶନ୍ଧି ଶ୍ରେଷ୍ଠ ଟି-୨୦, ଦିନିକିଆ ଓ ଟେଷ୍ଟ ଦଳ ଘୋଷଣା କରିଛି । ଆଇସିିସି ଘୋଷଣା କରିଥିବା ଦଳରେ ବିରାଟ କୋହଲି ଓ ମହେନ୍ଦ୍ର ସିଂ ଧୋନିଙ୍କ ଦବଦବା ରହିଛି । ମହେନ୍ଦ୍ର ସିଂ ଧୋନିଙ୍କୁ ଦିନିକିଆ ଓ ଟି-୨୦ ଦଳର ଅଧିନାୟକ ଦାୟିତ୍ୱ ମିଳିଥିବା ବେଳେ ବିରାଟ କୋହଲିଙ୍କୁ ଟେଷ୍ଟ ଟିମର ଦାୟିତ୍ୱ ଦିଆଯାଇଛି । ଦଶନ୍ଧିର ଦିନିକିଆ, ଟେଷ୍ଟ ଏବଂ ଟି -୨୦ ଦଳରେ ବିରାଟ କୋହଲି ସ୍ଥାନ ପାଇଛନ୍ତି । ଏଥିସହ ଟେଷ୍ଟ ଦଳର ଅଧିନାୟକ ଦାୟିତ୍ୱ ତାଙ୍କୁ ଦିଆଯାଇଛି । ଏହା ବ୍ୟତୀତ ପୂର୍ବତନ ଭାରତ ବିଶ୍ୱ ଚାମ୍ପିଅନ୍ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି ଏକ ଦଶନ୍ଧିର ଶ୍ରେଷ୍ଠ ଦିନିକିଆ ଏବଂ ଟି -୨୦ ଦଳର ଅଧିନାୟକ ଭାବରେ ମନୋନୀତ ହୋଇଛନ୍ତି । ୨୮ ବର୍ଷ ପରେ ଭାରତକୁ ଦିନିକିଆ ବିଶ୍ୱକପ ଦେଇଥିବା କ୍ୟାପଟେନ ମହେନ୍ଦ୍ର ସିଂ ଧୋନିଙ୍କୁ ଏହି ଦଶନ୍ଧିର ୫୦ ଓଭର ଦଳର ଅଧିନାୟକ ଭାବେ ଆଇସିସି ନିଯୁକ୍ତ କରିଛି । ଧୋନିଙ୍କ ବ୍ୟତୀତ ଏହି ଦଳରେ ରୋହିତ ଶର୍ମା, ବିରାଟ କୋହଲି ନାମକ ଆଉ ଦୁଇଜଣ ଭାରତୀୟ ଅଛନ୍ତି । ଏହି ଦଳରେ ଅଷ୍ର୍ଟ୍ରେଲିଆର ଡେଭିଡ ୱାର୍ନର ଏବଂ ମିଚେଲ ଷ୍ଟାର୍କ ମଧ୍ୟ ମନୋନୀତ ହୋଇଛନ୍ତି । ଏହି ଦଳର ଦୁଇ ଅଲରାଉଣ୍ଡର ବାଂଲାଦେଶର ଶାକିବ ଅଲ ହାସନ ଏବଂ ଇଂଲଣ୍ଡର ବେନ ଷ୍ଟୋକ୍ସ । ଦକ୍ଷିଣ ଆଫ୍ରିକାର ଇମ୍ରାନ ତାହିର ଦଳର ଦ୍ୱିତୀୟ ସ୍ପିନର । ଦକ୍ଷିଣ ଆଫ୍ରିକାର ଏବି ଡି ଭିଲିୟର୍ସ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି । ନ୍ୟୁଜିଲ୍ୟାଣ୍ଡର ବାମହାତୀ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟଙ୍କୁ ଏହି ଦଳରେ ସାମିଲ କରାଯାଇଛି ।
ଆଇସିସି ୨୦୧୧ ରୁ ୨୦୨୦ ପର୍ଯ୍ୟନ୍ତ ଦଶନ୍ଧିର ସର୍ବୋତ୍ତମ ଟେଷ୍ଟ ଦଳ ଘୋଷଣା କରିଛି ଯେଉଁଥିରେ ବିରାଟ କୋହଲି ଅଧିନାୟକ ହୋଇଛନ୍ତି । ବିରାଟ କୋହଲିଙ୍କ ବ୍ୟତୀତ ରବିଚନ୍ଦ୍ରନ ଅଶ୍ୱିନ୍ ସ୍ପିନ୍ ବୋଲର ଭାବରେ ସ୍ଥାନ ପାଇଛନ୍ତି ।
ଇଂଲଣ୍ଡର ପୂର୍ବତନ ଅଧିନାୟକ ଆଲାଷ୍ଟାୟର କୁକ ଏବଂ ଅଷ୍ଟ୍ରେଲିଆର ଡେଭିଡ ୱାର୍ନର ଏହି ଦଳର ଓପନିଂ ବ୍ୟାଟ୍ସମ୍ୟାନ୍ ଭାବରେ ସ୍ଥାନ ପାଇଛନ୍ତି । ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ୍ ୱିଲିୟମସନଙ୍କୁ ତିନି ନମ୍ବରରେ ଏବଂ ଅଧିନାୟକ ବିରାଟ କୋହଲିଙ୍କୁ ଚତୁର୍ଥ ନମ୍ବରରେ ସ୍ଥାନିତ କରାଯାଇଛି ।
ଏହି ଦଳରେ ଶ୍ରୀଲଙ୍କାର ଭେଟେରାନ କୁମାର ସାଙ୍ଗାକାରା ମଧ୍ୟ ସ୍ଥାନ ପାଇଛନ୍ତି । ଏହି ଦଳରେ କୁମାର ସାଙ୍ଗାକାରା ୱିକେଟ୍ କିପର ଭାବରେ ମନୋନୀତ ହୋଇଥିଲେ । ଷ୍ଟିଭ୍ ସ୍ମିଥ୍ ପଞ୍ଚମ ସ୍ଥାନରେ ଏବଂ କୁମାର ସାଙ୍ଗକକାର ଷଷ୍ଠ ସ୍ଥାନରେ ଅଛନ୍ତି । ବେନ ଷ୍ଟୋକ୍ସ ଅଲରାଉଣ୍ଡର ଭାବରେ ଦଳକୁ ଆସିଛନ୍ତି । ଦ୍ରୁତ ବୋଲର ଭାବେ ଦକ୍ଷିଣ ଆଫ୍ରିକାର ଡେଲ ଷ୍ଟେନ, ଇଂଲଣ୍ଡର ଜେମ୍ସ ଆଣ୍ଡରସନ ଏବଂ ବ୍ରଡଙ୍କୁ ସାମିଲ କରାଯାଇଛି ।

hiring

ଦଶନ୍ଧିର ଆଇସିସି ଦିନିକିଆ ଦଳ: ମହେନ୍ଦ୍ର ସିଂ ଧୋନି (ଅଧିନାୟକ ତଥା ୱିକେଟ୍ କିପର), ଡେଭିଡ ୱାର୍ଣ୍ଣର, ବିରାଟ କୋହଲି, ଏବି ଡି ଭିଲିୟର୍ସ, ଶାକିବ ଅଲ ହାସନ, ବେନ ଷ୍ଟୋକ୍ସ, ମିଚେଲ ଷ୍ଟାର୍କ, ଟ୍ରେଣ୍ଟ ବୋଲ୍ଟ, ଇମ୍ରାନ ତାହିର, ଲାସିଥ ମାଲିଙ୍ଗା ।
ଟି -୨୦ ଦଳ: ମହେନ୍ଦ୍ର ସିଂ ଧୋନି (ଅଧିନାୟକ ତଥା ୱିକେଟ୍ କିପର), ରୋହିତ ଶର୍ମା, କ୍ରିସ୍ ଗେଲ, ଆରୋନ ଫିଞ୍ଚ, ବିରାଟ କୋହଲି, ଏବି ଡି ଭିଲିୟର୍ସ, ଗ୍ଲେନ୍ ମ୍ୟାକ୍ସୱେଲ, କିରନ୍ ପୋଲାର୍ଡ, ରସିଦ୍ ଖାନ୍‌, ଜସପ୍ରୀତ ବୁମ୍ରା, ଲାସିଥ୍ ମାଲିଙ୍ଗା
ଦଶନ୍ଧିର ଆଇସିସି ଟେଷ୍ଟ ଦଳ: ବିରାଟ କୋହଲି (ଅଧିନାୟକ), ଆଲାଷ୍ଟାୟର କୁକ, ଡେଭିଡ ୱାର୍ଣ୍ଣର, କେନ ୱିଲିୟମସନ, ଷ୍ଟିଭ ସ୍ମିଥ, କୁମାର ସାଙ୍ଗାକାରା (ୱିକେଟ୍ କିପର), ବେନ ଷ୍ଟୋକ୍ସ, ରବିଚନ୍ଦ୍ରନ ଅଶ୍ୱିନ, ଡେଲ ଷ୍ଟେନ, ଷ୍ଟୁଆର୍ଡ ବ୍ରଡ, ଜେମ୍ସ ଆଣ୍ଡରସନ ।

hiranchal ad1
Leave A Reply

Your email address will not be published.

fourteen − 11 =