ସମର୍ପିତ ର ରକ୍ତଦାତା ସମ୍ମିଳନୀ ଓ ଚତୁର୍ଥ ବାର୍ଷିକୋତ୍ସଵ

0 102

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ପଲ୍ଲବୀ ମଣ୍ଡପ ରେ ସମର୍ପିତ ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲ୍ୟରେ ଲାଇଫ ସାଭିୟର କନକ୍ଲେଭ ଓ ଅମୃତ ସଂଜୀବନୀ ସେବା ସମ୍ମାନ-୨୦୨୦ ଆୟୋଜିତ ହୋଇଯାଇଛି।ଅନୁଷ୍ଠାନ ର ପ୍ରତିଷ୍ଠାତା ଅଧ୍ୟକ୍ଷ ଶ୍ରୀ ସଦାଶିବ ଜେନା ଙ୍କର ସଭାପତିତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବରେ ଓଡିଶା ଖଦି,ଓ ଗ୍ରାମଦ୍ୟୋଗ ବୋର୍ଡ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ପାଇକରାୟ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ର ଉପଦେଷ୍ଟା ଶ୍ରୀମତୀ ସୁଲତା ଦେଓ, ମେଟ୍ରୋ ଟିଭି ର ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ପ୍ରକାଶ ରଥ ସହକାରୀ ପୋଲିସ କମିଶନର ତଥା ରେଡ଼କ୍ରସ ସୋସାଇଟି ଆଞ୍ଚଳିକ ଶାଖାର ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ଲଳିତେନ୍ଦୁ ମହାନ୍ତି, ହାଇଟେକ ମେଡ଼ିକାଲ କଲେଜ ଓ ହସ୍ପିଟାଲ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଜ୍ୟୋତିର୍ମୟ ପଣ୍ଡା, ସମର୍ପିତ ର ଉପସଭାପତି ଶ୍ରୀଯୁକ୍ତ ଅଶୀଳ କୁମାର ବ୍ରହ୍ମ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ସ୍ବେଚ୍ଛାକୃତ ରକ୍ତଦାନ କୁ ଓଡିଶା ରେ ବ୍ୟାପକ କରିବା ପାଇଁ ଦିଗଦର୍ଶନ ଦେଇଥିଲେ।ଇତି ଅବସରରେ ବାର୍ଷିକ ମୁଖପତ୍ର ଅମୃତଧାରା ଉନ୍ମୋଚିତ କରାଯାଇଥିଲା।
ଅତିଥିମାନେ ସମର୍ପିତର ସମାଜ ପ୍ରତି ଥିବା କାର୍ଯ୍ୟ, ପ୍ରତିବଦ୍ଧତା କୁ ଭୁୟସୀ ପ୍ରଶଂସା କରିବା ସହ ଅନୁଷ୍ଠାନ ର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।
ସମର୍ପିର ସହ ମିଶି ସ୍ବେଚ୍ଛାକୃତ ରକ୍ତଦାନ କ୍ଷେତ୍ରରେ ସାରା ରାଜ୍ୟରେ କାର୍ଯ୍ୟ କରୁଥିବା ସଙ୍ଗଠନ, ରକ୍ତଦାତା ସେବା ମନବୃତ୍ତି ନେଇ ବିଭିନ୍ନ ଡାକ୍ତରଖାନାର ଡାକ୍ତର, ସାମ୍ବାଦିକ ଓ ସାମାଜିକ କର୍ମୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ସମର୍ପିତ ର ସମସ୍ତ ସଦସ୍ୟ, ସଦସ୍ୟା ମାନେ କାର୍ଯ୍ୟକ୍ରମ ର ସୁପରିଚାଳନା ରେ ସହଯୋଗ କରି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ।

hiranchal ad1
Leave A Reply

Your email address will not be published.

nineteen + three =