ଆନ୍ତଃକ୍ଲବ ଭଲିବଲ ଟୁର୍ଣ୍ଣାମେଣ୍ଟ , ଗ୍ରାମାଞ୍ଚଳରେ ଭଲିବଲ କ୍ରେଜ୍‌

0 85

ଯାଜପୁର,୨୭/୧୨- ଗ୍ରାମାଞ୍ଚଳ ପ୍ରତିଭାକୁ ଜାତୀୟ ସ୍ତରରେ ପହଞ୍ଚାଇବା ପାଇଁ ଭାରତୀୟ ଭଲିବଲ ଆସୋସିଏସନର ସଭାପତି ଡ଼.ଅଚ୍ୟୁତ ସାମନ୍ତଙ୍କ ପ୍ରୟାସରେ ଆଜି ଯାଜପୁର ଜିଲ୍ଲା ବିଞ୍ଝାରପୁର ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ବିରିପଟା ଠାରେ ଏକ ଆନ୍ତଃକ୍ଲବ୍‌ ଭଲିବଲ ଟୁର୍ଣ୍ଣାମେଣ୍ଟ ଊଦଘାଟିତ ହୋଇଯାଇଛି । ଏଥିରେ ବିଭିନ୍ନ ଜିଲ୍ଲାର ପୁରୁଷ ,ମହିଳା ଟିମ୍‌ ଭାଗ ନେଇଥିଲେ । ଏହାକୁ ବିଞ୍ଝାରପୁର ବିଧାୟିକା ଶ୍ରୀମତୀ ପ୍ରମିଳା ମଲ୍ଲିକ ,କିଟ୍‌ କିସ୍‌ ର କ୍ରୀଡା ନିର୍ଦ୍ଦେଶକ ତଥା ଓ଼଼ଡ଼ିଶା ଭଲିବଲ ଆସୋସିଏସନର ସାଧାରଣ ସମ୍ପାଦକ ଡ଼. ଗଗନେନ୍ଦୁ ଦାଶ ଊଦଘାଟନ କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ରେ ଜାତୀୟ, ଆନ୍ତର୍ଜାତୀୟ ବହୁ ଖେଳାଳି ଭାଗନେଇଥିଲେ । ଏହି କ୍ରୀଡାର ମୂଳ ଲକ୍ଷ୍ୟ ହେଲା ଗ୍ରାମାଞ୍ଚଳ ଭଲିବଲ ଖେଳାଳିଙ୍କୁ ପ୍ରୋସାହିତ କରିବାସହ ଜାତୀୟ ସ୍ତରରେ ପହଞ୍ଚାଇବା ।

hiranchal ad1
Leave A Reply

Your email address will not be published.

fourteen − six =