ବାଇକକୁ ପଛରୁ ଧକ୍କା ଦେଲା ବୋଲେରୋ, 2 ଗୁରୁତର

0 1,748

ବୌଦ୍ଧ,୨୭/୧୨- ଆଜି ସନ୍ଧ୍ୟାରେ ମନମୁଣ୍ଡା ଥାନା ଗୁଡଭେଲି ପଦର ନିକଟ ଭୋଇ ସାହି ପାଖରେ ଗୋଟିଏ ବାଇକକୁ ପଛ ପଟରୁ ଗୋଟିଏ ବୋଲେରୋ ଧକ୍କା ଦେବା ଫଳରେ ବାଇକରେ ଯାଉଥିବା ବାପ ଝିଅ ଗୁରୁତର ଆହତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଗୁଡଭେଲି ପଦର ଗ୍ରାମର ରାଜୁ ପାଣିଗ୍ରାହୀ ଗୋଟିଏ ସାମାଜିକ ଉତ୍ସବରେ ଦପଲା ଗ୍ରାମ ପଞ୍ଚାୟତ ଜୁରମୁଣ୍ଡା ଗ୍ରାମରେ ଯୋଗଦେଇ ଆଜି ସନ୍ଧ୍ୟାରେ ବାଇକ ଯୋଗେ ତାଙ୍କ ଝିଅ ସହ ଘରକୁ ଫେରୁଥିଲେ l ମନମୁଣ୍ଡା – ଶଗଡା ରାସ୍ତାର ଭୋଇ ସାହି ନିକଟରେ ସମାନ ଦିଗରୁ ଆସୁଥିବା ଗୋଟିଏ ବୋଲେରୋ ଓଡ଼ି 31 ଇ 8931 ବାଇକକୁ ପଛ ପଟରୁ ଧକ୍କା ଦେଇଥିଲା l ବାପ ଝିଅ ବାଇକ ସହ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ | ସ୍ଥାନୀୟ ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବା ପାଇଁ ଡ୍ରାଇଭର ବୋଲେରୋ ଛାଡି ଘଟଣାସ୍ଥଳରୁ ଫେରାର ମାରିଥିଲା l ଉଭୟ ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ମନମୁଣ୍ଡା ଡାକ୍ତରଖାନାକୁ ପଠାଇ ଥିଲେ l ପରେ ଉତ୍ୟକ୍ତ ଲୋକେ ବୋଲେରୋକୁ ଓଲଟାଇ ଦେଇଥିବା ସୁଚନା ମିଳିଛି l

hiranchal ad1
Leave A Reply

Your email address will not be published.

five × 5 =