ଦାରିଙ୍ଗବାଡ଼ିରେ ହାଡ଼ଭଙ୍ଗା ଶୀତ, ଅସହାୟଙ୍କୁ ସହାୟତାର ହାତବଢ଼ାଇଲା କଟକର ଆଞ୍ଜେଲ ଫାଉଣ୍ଡେସନ

0 120

ଦାରିଙ୍ଗବାଡି, ୨୮/୧୨- ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବାଡ଼ାବାଙ୍ଗା ଗ୍ରାମ ଠାରେ କଟକର ଆଞ୍ଜେଲ ଫାଉଣ୍ଡେସନ ପକ୍ଷରୁ ବୃଦ୍ଧାବୃଦ୍ଧ, ଅସହାୟ ତଥା ଗରିବ ଲୋକଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ଏହି ଅବସରରେ ୫୫୦ ଜଣଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା । ଦାରିଙ୍ଗବାଡି ଅଂଚଳରେ ବର୍ତ୍ତମାନ ଶୀତର ପ୍ରକୋପ ବୃଦ୍ଧି ପାଇଥିବା ବେଳେ ଅସହାୟ, ବୃଦ୍ଧବୃଦ୍ଧା ତଥା ନିରୀହ ଗରିବ ଲୋକ ଅସହ୍ୟ ଜାଡ଼କୁ ସହିନପାରି ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏଭଳି ସ୍ଥଳେ କଟକର ଆଞ୍ଜେଲ ଫାଉଣ୍ଡେସନ ଲୋକଙ୍କୁ ସହାୟତାର ହାତ ବଢ଼ାଇଛି । ବାଡ଼ାବାଙ୍ଗା ଗ୍ରାମର ସୁକାନ୍ତ ସାହୁ (ଟୁଟୁ )ଙ୍କ ସହଯୋଗକ୍ରମେ ସଂଘର ସଭାପତି ବିଶାଲ ଅଗ୍ରୱାଲ,ଫାଉଣ୍ଡର ଭିରାନ ସଲୋଟ, ସଂଘ ସଦସ୍ୟ ମହୁଲ ଟାଉଙ୍କ, ପ୍ରକାଶ ବର୍ମା, ବିଷ୍ଣୁ ବର୍ମା, ସଞ୍ଜୟ ବର୍ମା, ଅଜୟ ସାହା, ବିଶ୍ୱରଞ୍ଜନ ମିଶ୍ର, ପ୍ରକାଶ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କୁ କମ୍ବଳ ବଣ୍ଟନ କରିଥିଲେ । ଆଞ୍ଜେଲ ଫାଉଣ୍ଡେସନର ଏଭକି କାର୍ଯ୍ୟକୁ ଗ୍ରାମବାସୀମାନେ ପସନ୍ଦ କରିବା ସହ ସହାୟତା ପାଇଁ ଧନ୍ୟବାଦ ପ୍ରଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

1 × one =