ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେଙ୍ଗାଲଜୁରୀ ମାଁ ଦୂର୍ଗା କ୍ରିକେଟ କପ୍‌ :ଭାଲୁଦରୋ ଚମ୍ପିଆନ

0 63

ଖପ୍ରାଖୋଲ,୨୮/୧୨ – ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ପଞ୍ଚାୟତ ରେଙ୍ଗାଲଜୁରୀ ୟଙ୍ଗଷ୍ଟାର କ୍ରିକେଟ କ୍ଳବ ଆନୁକୁଲ୍ୟରେ ୩ୟ ତମ ମାଁ ଦୂର୍ଗା କ୍ରିକେଟ କପ୍‌ ଉଦଯାପିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଭାଲୁଦରୋ ଓ ବାଲିପଟା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । । ନିର୍ଦ୍ଧାରିତ ୮ ଓଭର ମ୍ୟାଚରେ ବାଲିପଟାଦଳକୁ ପରାସ୍ତ କରି ଭାଲୁଦରୋ ଚମ୍ପିଆନ ହୋଇଛି । । ଜାତୀୟ କଂଗ୍ରେସ ପିସିସି ସଭ୍ୟ କିଶୋର ପରିଚ୍ଛା ମୂଖ୍ୟଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ମ୍ୟାଚକୁ ଉଦଘାଟନ କରିବା ସହ ଖେଳାଳିମାନଙ୍କୁ ଉତ୍ସାହିତ କରିଥିବା ବେଳେ ଫାଇନାଲ ମ୍ୟାଚର ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ଚଙ୍ଗରିଆ ପଞ୍ଚାୟତ ଯୁବ ବିଜୁ ବାହିନୀ ସଭାପତି ଗୁଣନିଧି ରଥ ମୁଖ୍ୟଅତିଥି ,ୱାର୍ଡମେମ୍ବର ଗୈାରାଙ୍ଗ ପୁଟେଲ, ଇଲା ବରିହା , ଭଗବାନ ଧରୁଆ , ନବିନ ଧରୁଆ , ନାଏବ ସରପଞ୍ଚ ଟିକେଚନ ବଗାର , ସ୍ୱେଚ୍ଛାସେବୀ ବିପିନ ବରିହା, ସଞ୍ଜିବ କୁମାର ପୁଟେଲ , ସୁରେଶ ଷାଣ୍ଢ , ପୂର୍ବତନ ନାଏବ ସରପଞ୍ଚ କୁରେଶ୍ୱର ବରିହା ,ନୀଳାମ୍ବର ମଲିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ମୁଖ୍ୟଅତିଥି ଶ୍ରୀ ରଥ ଚମ୍ପିଆନ ଭାଲୁଦରୋ ଦଳକୁ ୧୦ ହଜାର ଟଙ୍କା ସହ ଟ୍ରଫି ଓ ରନର୍ସ ଅଫ ବାଳିପଟା ଦଳକୁ ୬ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ । ମେନ୍‌ ଅଫ୍‌ ଦି ମ୍ୟାଚ ଓ ମ୍ୟାଚ ଅଫ୍‌ ଦି ସିରିଜ ଭାବେ ଭାଲୁଦରୋର ମୁକେଶଙ୍କୁ ପୁରସ୍କୃତ କରାଯାଇଥିଲା । ଜଗନ୍ନାଥ ବରିହା ସ୍କୋରିଂ , ସୁଦାମ ପୁଟେଲ ଅମ୍ପାୟାର ଭାବେ ରହିଥିବାବେଳେ ଅନୁରୁଦ୍ଧ ବରିହା , ଶୁଶାନ୍ତ ରାଉତ , ନରେଶ ରାଉତ , ନିମାଇଁ ଚରଣ ଷାଣ୍ଡ ,ଶିବା ନାଏକ , ଅମିର ବରିହା ,ଅମନ ପୁଟେଲ , ପିଣ୍ଟୁ ବରିହା, ଜନକ ବରିହା, ବସୁଦେବ ବରିହା ,ନବଦୀପ ମଲ୍ଲିକ ,ଆଜେଶ ମଲ୍ଲିକ ,ଲକେଶ ରାଉତଙ୍କ ସମେତ ୟଙ୍ଗଷ୍ଟାର କ୍ରିକେଟ କ୍ଳବର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ମ୍ୟାଚ ପରିଚାଳନାରେ ସହଯୋଗ କରିଥିଲେ । ଘାସିରାମ ମଲ୍ଲିକ ଧାରା ବିବରଣୀ ପ୍ରଦାନ କରିଥିଲେ ।।

hiranchal ad1
Leave A Reply

Your email address will not be published.

19 − 2 =