ମନମୁଣ୍ଡାରେ ପିଚୁ ବୋଝେଇ ଟ୍ରକ ଓଲଟିଲା

0 106

ସୋନପୁର,୨୮/୧୨- ଗତକାଲି ରାତିରେ ମନମୁଣ୍ଡା ଗାନ୍ଧୀଛକ ଠାରେ ଏପି୩୧-ଟିଏଚ୍‌ ୪୮୯୬ ନମ୍ବର ଥିବା ଏକ ପିଚୁ ବୋଝେଇ ଟ୍ରକ ଦୁର୍ଘଟଣା ଘଟି ଓଲଟି ପଡ଼ିଥିଲା । ଯାହାଫଳରେ ରାସ୍ତା ଉପରେ ପିଚୁତକ ଢାଳିହୋଇ ଏକ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଗାଡିଟି କଣ୍ଟାମାଳ ପଟରୁ ଆସି ସୋନପୁର ରାସ୍ତାରେ ଯାଉଥିବାବେଳେ ଗାଡ଼ି ଚାଳକ ଭାରସାମ୍ୟ ହରାଇ ଉକ୍ତ ମୋଡାଣିରେ ଓଲଟି ପଡିଥିଲା । ଏହିଘଟଣାରେ କେହି ଆହତ ହୋଇନଥିବା ବେଳେ ଗାଡ଼ିର ଡ଼୍ର ।ଇଭର ଓ ଖଲାସିକୁ ସୁରକ୍ଷିତ ଭାବେ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ । ରାସ୍ତା ସାରା ପିଚୁ ଢାଳି ହୋଇଯିବା ଫଳରେ ସେ ରାସ୍ତାରେ ଗାଡି ମୋଟରସାଇକଲ ତଥା ସମସ୍ତ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଘଟଣା ସ୍ଥଳରେ ମନମୁଣ୍ଡା ପୁଲିସ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବାସହ ଗମନାଗମନକୁ ସ୍ୱ ।ଭାବିକ କରିବା ପାଇଁ ଚେଷ୍ଟିତ ଅଛନ୍ତି ।

hiranchal ad1
Leave A Reply

Your email address will not be published.

14 − 8 =