ବାଉଁଶୁଣୀ ପୁଲିସ ଦ୍ବାରା କାର୍ ସହ ବ୍ୟାପକ ଗଞ୍ଜେଇ ଜବତ , ୨ ଗିରଫ

0 288

ବୌଦ୍ଧ/ବାଉଁଶୁଣୀ, ୩୦/୬ – ବୌଦ୍ଧବ୍ଲକ ବାଉଁଶୁଣି ଥାନା ଅନ୍ତର୍ଗତ ତାଲୁପାଲି ନିକଟରେ ଆଜି ସକାଳ ୬ଘଣ୍ଟା ସମୟରେ ବାଉଁଶୁଣି ପୋଲିସ ପକ୍ଷରୁ ଚଢ଼ାଉ କରି 36କେଜି ଗଞ୍ଜାଇ ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ କୌଣସି ସୂତ୍ରରୁ ଖବର ପାଇ ବାଉଁଶୁଣି ଥାନା ଅଧିକାରୀ ସୁବାଷ ରାଇଗୁରୁଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ତାଲୁପାଲି ଛକ ନିକଟରେ ଗୋଟିଏ କାର ନଂ ଓଆର-୦୨ଆର-୭୦୭୦ ସହିତ ଗାଡିରୁ ୩୬ କେଜି ଗଞ୍ଜାଇ ଜବତ କରିବାସହିତ ଦୁଇଜଣଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇଜଣ ହେଲେ ମୁନା ସିଂହ ଓ ପବନ ପ୍ରଧାନ । ଉଭୟ ଦୁଇଜଣ କଟକ ଜିଲ୍ଲାର ଚାଉଳିଆ ଗଞ୍ଜ ଅଞ୍ଚଳର ବୋଲି ଜଣା ପଡିଛି । ତାଙ୍କ ନାମରେ କେସ୍ ନମ୍ବର୍ ୧୦୮/୨୧ ରେ ମାମଲା ରୁଜୁ କରିଥିବା ବାଉଁଶୁଣି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

hiring
hiranchal ad1
Leave A Reply

Your email address will not be published.

4 + 2 =