କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ : କୋଭିଡ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଦିଅ

0 95

ନୂଆଦିଲ୍ଲୀ : କରୋନା ମହାମାରୀ କାଳରେ ସୁପ୍ରିମକୋର୍ଟ ଗୋଟିଏ ପରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ ଚାଲିଛନ୍ତି,ଯାହା କରୋନା ପ୍ରଭାବିତ ଲୋକଙ୍କ ଜୀବନ ଓ ଜୀବିକା ଦୃଷ୍ଟିରୁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଗତକାଲି ସୁପ୍ରିମେ କୋର୍ଟ ପ୍ରବାସୀ ଶ୍ରମିକ ଓ କେନ୍ଦ୍ର ସରକାରଙ୍କର “ୱାନ ନେସନ,ୱାନ ରାସନ’ ଯୋଜନା ଉପରେ ରାୟ ଦେଇଥିଲେ । ଆଜି ପୁଣି ଏକ ଅତି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । କରୋନାରେ ପ୍ରାଣ ହରାଉଥିବା ବ୍ୟକ୍ତିମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ଲାଗି କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ମାର୍ଗର୍ଶିକା ପ୍ରସ୍ତୁତ କରିବାକୁ କୁହାଯାଇଛି । ମାର୍ଗଦର୍ଶିକା ପ୍ରସ୍ତୁତି ପାଇଁ ୬ ସପ୍ତାହ ସମୟ ଦିଅ୍ରାଯାଇଛି । ସେହିପରି କରୋନା ମୃତକଙ୍କ ମୃତ୍ୟୁ ପ୍ରମାଣପତ୍ର ଦେବା ଲାଗି ମଧ୍ୟ କୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରମାଣପତ୍ରରେ ମୃତ୍ୟୃ,ମୃତ୍ୟୁର କାରଣ ଓ ତାରିଖ ରହିବ ବୋଲି କୋର୍ଟ କହିଛନ୍ତି ।
ଜାତୀୟ ବିପର୍ଯ୍ୟୟ ଆକ୍ଟ ଅନୁଯାୟୀ କେନ୍ଦ୍ର ସରକାର କ୍ଷତିପୂରଣ ଦେବା ଦରକାର ବୋଲି ସୁପ୍ରିମକୋର୍ଟ କହିଛନ୍ତି । ତେବେ କେତେ ଟଙ୍କା ଦିଆଯିବ ଏ ନେଇ କେନ୍ଦ୍ର ନିଷ୍ପତ୍ତି ନେବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜାତୀୟ ବିପର୍ଯ୍ୟୟ ଆକ୍ଟ ଅନୁଯାୟୀ କେନ୍ଦ୍ର ଆର୍ଥିକ ସହାୟତା ଦେବାରେ ବିଫଳ ହୋଇଛନ୍ତି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ନିକଟରେ କୋଭିଡରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ କେନ୍ଦ୍ର ସରକାର ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବା ଦରକାର ବୋଲି ଯୁକ୍ତି ଦର୍ଶାଇ ସୁପ୍ରିମକୋର୍ଟରେ ଏକ ଆବେଦନ ଦାୟର ହୋଇଥିଲା । ଆଜି ଏହି ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । କେନ୍ଦ୍ର ସରକାର ଏହି ଆବେଦନର ଜବାବ ରଖି ଜୁନ୍‌ ୨୦ରେ କହିଥିଲେ, କ୍ଷତିପୂରଣ ଦେଇପାରିବେ ନାହିଁ । ହେଲେ ଆଜି ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ରର ପ୍ରସ୍ତାବକୁ ଖାରଜ କରିଛନ୍ତି । ଜଷ୍ଟିସ ଅଶୋକ ଭୂଷଣ ଏବଂ ଏମ.ଆର ଶାହ ଶୁଣାଣି କରି ଆସନ୍ତା ୬ ସପ୍ତାହ ମଧ୍ୟରେ ଆର୍ଥିକ ସହାୟତା ରାଶି ନିର୍ଦ୍ଧାରଣ କରିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି । ଦେଶରେ ଏଯାବତ ୩.୯୩ ଲକ୍ଷରୁ ଅଧିକ ଲୋକଙ୍କର କୋଭିଡରେ ମୃତ୍ୟୁ ଘଟିଛି ।
ସୂଚନାଯୋଗ୍ୟ, ଜୁନ୍‌ ୨୦ରେ ସରକାର ଏହି ମାମଲାରେ ନିଜର ପକ୍ଷ ରଖି ସୁପ୍ରିମକୋର୍ଟ କହିଥିଲେ ଯେ ଯଦି କୋଭିଡ-୧୯ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଦିଆଯିବ, ତାହେଲେ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ସରକାରଙ୍କ ପାଖରେ ଯେତକ ପଇସା ରହିଛି ସମ୍ପୂର୍ଣ୍ଣ ଶେଷ ହୋଇଯିବ । ଜାତୀୟ ବିପର୍ଯ୍ୟୟ ଆକ୍ଟର ଧାରା ୧୨ ଅନୁଯାୟୀ ସରକାର ଆର୍ଥିକ ସହାୟତା କରିବା ନେଇ ପ୍ରାବଧାନ ରହିଛି ବୋଲି ଆବେଦନରେ ଦର୍ଶାଯାଇଥିଲା । ଆଇନଜୀବୀ ଗୌରବ କୁମାର ବନସଲ ଏବଂ ରୀପକ କନସଲ ଏହି ଆବେଦନ ଦାୟର କରିଥିଲେ । ଏଥିସହ ଏହି ଆବେଦନକାରୀ କୋଭିଡ ଜନିତ ମୃତ୍ୟୁ ପ୍ରମାଣପତ୍ର ସମସ୍ତଙ୍କୁ ମିଳୁନି ବୋଲି ଆଉ ଏକ ଆବେଦନରେ ଦର୍ଶାଇଥିଲେ । ଯେଉଁଥିରେ କୁହାଯାଇଥିଲା, ଯେଉଁମାନେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ କୋଭିଡରେ ପ୍ରାଣ ହରାଉଛନ୍ତି ସେମାନଙ୍କ ପରିବାର ବର୍ଗଙ୍କୁ କେବଳ କୋଭିଡ ମୃତ୍ୟୁ ପ୍ରମାଣ ପତ୍ର ବା ସାର୍ଟିଫିକେଟ ମିଳୁଛି । ଅନ୍ୟମାନଙ୍କୁ ମିଳୁନି ବୋଲି ଆବେଦନରେ ଦର୍ଶାଯାଇଥିଲା । ପରେ କେନ୍ଦ୍ର ସରକାର କହିଥିଲେ, ଯଏବି କୋଭିଡରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିବେ, ସେମାନଙ୍କୁ କୋଭିଡ ଜନିତ ମୃତ୍ୟୁ ବୋଲି ଧରାଯିବ । ଏଥିସହ ସେମାନଙ୍କ ପରିବାର ବର୍ଗଙ୍କୁ କୋଭିଡ ଜନିତ ମତ୍ୟୁର ସାର୍ଟିଫିକେଟ ମିଳିବ ।

hiranchal ad1
Leave A Reply

Your email address will not be published.

17 + 5 =