କନ୍ଧମାଳରେ ଦଣ୍ଡ ଯାତ୍ରାକୁ ମିଳିଲା ଅନୁମତି, ବୌଦ୍ଧରେ କେବେ ?

0 2,041

ବୌଦ୍ଧ,୨୮/୩ – ଗଞ୍ଜାମ ପରେ କନ୍ଧମାଳ ଜିଲ୍ଲାପାଳ ଦଣ୍ଡଯାତ୍ରାକୁ ଅନୁମତି ଦେଇଥିବା ବେଳେ ବୌଦ୍ଧରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର କେବେ ଅନୁମତି ଦେବେ ସେଥିପାଇଁ ଦଣ୍ଡ ଯାତ୍ରା ପାର୍ଟିର ଆୟୋଜକ, ଦଣ୍ଡୁଆ ଓ ଭକ୍ତ ମାନେ ଚାତକ ପରି ଅପେକ୍ଷା କରି ରହିଛନ୍ତି l ବୌଦ୍ଧ ଜିଲ୍ଲାରେ ଦଣ୍ଡ ଯାତ୍ରାକୁ ଅନୁମତି ଦେବା ପାଇଁ ଜିଲ୍ଲାପାଳଙ୍କୁ ଜନ ଅଧିକାର ସୁରକ୍ଷା ମଞ୍ଚ ମାର୍ଚ୍ଚ 20 ତାରିଖରେ ଲିଖିତ ଭାବେ ଅନୁରୋଧ କରିଥିଲେ ମଧ୍ୟ ତାହା ଉପରେ ଜିଲ୍ଲାପାଳ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି l ଦଣ୍ଡକୁ ଅନୁମତି ଦେବା ଦାବିରେ ଆୟୋଜକ ମାନେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଆଗରେ ଧାରଣା ମଧ୍ୟ ଦେଇଥିବା ଦେଖିବାକୁ ମିଳିଥିଲା l ଗତକାଲି କନ୍ଧମାଳ ଜିଲ୍ଲାପାଳ ଜିଲ୍ଲାରେ ଦଣ୍ଡ ଯାତ୍ରା ଆୟୋଜନ ପାଇଁ ସର୍ତ୍ତ ଭିତ୍ତିକ ଅନୁମତି ପ୍ରଦାନ କରିବା ପରେ ଦିନେ ଦୁଇ ଦିନ ମଧ୍ୟରେ ବୌଦ୍ଧ ଜିଲ୍ଲାପାଳ ମଧ୍ୟ ଏ ସମ୍ପର୍କରେ କିଛି ନିଷ୍ପତି ନେଇ ପାରନ୍ତି ବୋଲି ଜନସାଧାରଣରେ ଆଶା କରାଯାଉଛି l ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜିଲ୍ଲାରେ କେତେକ 21 ଦିନିଆ ଦଣ୍ଡ ଯାତ୍ରା ଦଳ ପାରମ୍ପରିକ ପୂଜାବିଧି ପରେ ଗତ 23 ତାରିଖ ଠାରୁ ଦଣ୍ଡ ଉଠାଇ ସାରିଛନ୍ତି l ଗାଆଁକୁ ଗାଆଁ ଯିବା ଉପରେ ଜିଲ୍ଲାପାଳ ପ୍ରତିବନ୍ଧକ ଲଗାଇଥିବା ଯୋଗୁଁ ସେମାନେ ଗୋଟିଏ ସ୍ଥାନରେ ରହି ଯାଇଛନ୍ତି କିମ୍ବା ପାଖ ପଡୋଶୀ ଯଜମାନ ଗାଆଁକୁ ଯାଇ କେବଳ ପୂଜା କରିବା ମଧ୍ୟରେ ସୀମିତ ରଖୁଛନ୍ତି l

hiranchal ad1
Leave A Reply

Your email address will not be published.

one × 3 =