ବିଜୁ ଜନତା ଦଳର ବ୍ଲକସ୍ତରୀୟ କର୍ମୀ ସମ୍ମିଳନୀ

0 207


କଣ୍ଟାବାଞ୍ଜି,୨୮/୩- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ କ୍ଷେତ୍ର ତୁରିକେଲା ବ୍ଲକ ବିଜୁ ଜନତା ଦଳର ବ୍ଲକସ୍ତରୀୟ କର୍ମୀ ସମ୍ମିଳନୀ ମହୁଲବାହାଳୀ ଆମ୍ବ ବଗିଚା ପଡିଆରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସଭାପତି ଆଶାଦୁଲ୍ଲା ଖାଁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସାଧାରଣ ସଂପାଦକ ଫିରୋଜ ଖାଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଓଡିଶାର ଜନନାୟକ ସ୍ବର୍ଗୀୟ ବିଜୁ ବାବୁଙ୍କ ଫଟୋରେ ପୁଷ୍ପ ଧୂପ ଅର୍ପଣ କରି କାର୍ଯ୍ୟକ୍ରମ ଆରମ୍ଭ କରାଗଲା l କ୍ଷେତ୍ରର ଉନ୍ନତି, ଜନ ସାଧାରଣଙ୍କ ସମସ୍ୟା ଓ ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରକାରର ଯୋଜନା କାର୍ଯ୍ୟକାରୀ ନିମନ୍ତେ ଦଳର କର୍ମୀଙ୍କ ସହ ଆଲୋଚନା କରିବା ସହିତ ନିଜ ଏକତା, ପରସ୍ପର ସାହାଯ୍ୟ ଓ ପରିଶ୍ରମ ଉପରେ ମୁଖ୍ୟ ଗୁରୁତ୍ୱ ଦେଇ ଦଳ ର ସଂଗଠନ ନିମନ୍ତେ କର୍ମୀଙ୍କୁ ଆହ୍ବାନ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ପୁସ୍ତମ ସାହୁ, ପୂର୍ବତନ ଜିଲ୍ଲା ପରିଷଦ ଶଶୀଧର ମାଂଝି, ବଡ଼ବାକି ବିଜେଡି ବରିଷ୍ଠ ନେତା ଭୂପତି କ୍ଷତ୍ରୀୟା, ରଂଜିତ ମାଂଝି, ଚମ୍ପକେଶ୍ୱର ଭୋଇ, ମୁରଲୀ ଦାଦା, ତୁରିକେଲା ବ୍ଲକ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ୱନାଥ ସାହୁ, ବିଜୁ ଜନତା ଦଳ ଯୁବ ମୋର୍ଚା କାର୍ଯ୍ୟକାରିଣୀ ସଭାପତି ଉତ୍ତମ ପନିକା ପ୍ରମୁଖ ମଂଚାସୀନ ରହି ସଂଗଠନ ପ୍ରତି ନିଜ ମତ ରଖିଥିଲେ । ଦଳର କର୍ମୀମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମର ଶେଷରେ ବିଜେଡି ଜିନ୍ଦାବାଦ ବିଜୁ ବାବୁ ଜିନ୍ଦାବାଦ ଭଳି ନାରା ଦ୍ୱାରା କର୍ମୀମାନଙ୍କୁ ଉତ୍ସାହିତ କରାଯାଇଥିଲା । କରୋନାର ଦ୍ଵିତୀୟ ଲହରରୁ ନିଜ ସହ ପରିବାର ଓ ସମାଜର ସୁରକ୍ଷା ନିମନ୍ତେ ସ୍ଥିରିକୃତ ହୋଇଥିବା ମାର୍ଗଦର୍ଶିକାକୁ ପାଳନ କରିବାକୁ ସାଧାରଣ ସମ୍ପାଦକ ଫିରୋଜ ଖାଁ ଅନୁରୋଧ କରିଥିଲେ ।

hiranchal ad1
Leave A Reply

Your email address will not be published.

6 + 1 =