କମିରାରେ ଗ୍ରାମୀଣ ଡାକ ଜୀବନ ବୀମା ଓ ସଂଚୟ ମେଳା

0 175

ବୌଦ୍ଧ/ଜହ୍ନାପଙ୍କ,୨୮/୩ – ବୌଦ୍ଧବ୍ଳକ ମୁଣ୍ଡାପଡା ପଞ୍ଚାୟତ ଅନ୍ତର୍ଗତ କମିରା ଉଚ୍ଚ଼ ପ୍ରାଥମିକ ବିଦ୍ୟାଳୟ ପରିସରରେ ଫୁଲବାଣୀ ଡାକମଣ୍ଡଳ ଓ ବୌଦ୍ଧ ଡାକ ଉପମଣ୍ଡଳ ପକ୍ଷରୁ ଗ୍ରାମୀଣ ଡାକ ଜୀବନ ବୀମା ଓ ସଂଚୟ ଜମା ମେଳା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଅତିଥିମାନେ ବିଦ୍ୟାଦାତ୍ରୀ ସରସ୍ୱତୀଙ୍କ ଫୋଟୋକୁ ପୂଜାର୍ଚ୍ଚନା କରିଥିଲେ ।ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ଡାକ ବିଭାଗର ସହକାରୀ ନିର୍ଦ୍ଦେଶକ ବି ମହେଶ୍ୱର ରାଓ, ମୁଖ୍ୟ ବକ୍ତାଭାବେ ଆର କେ ସାବତ ,ସମ୍ମାନିତ ଅତିଥି ଭାବେ ମୁଣ୍ଡାପଡା ସରପଂଚ ବିଦ୍ୟାଧର ସ୍ୱାଇଁ, ପ୍ରାକ୍ତନ ପ୍ରଧାନଶିକ୍ଷକ ସୁକଦେବ ପ୍ରଧାନ ଯୋଗଦେଇ ଡାକବିଭାଗର ସୁକନ୍ୟା, ସଞ୍ଚୟ, ଗ୍ରାମୀଣ ଡାକ ଜୀବନବୀମା, ଫିକ୍ସଡ ଡିପୋଜିଟ ଆଦି ଯୋଜନା ସମ୍ପର୍କରେ ବୁଝାଇଥିଲେ । ଫୁଲବାଣୀ ଡାକ ଅଧିକ୍ଷକ ଅଜିତ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଶିକ୍ଷକ ବୀର ବିକ୍ରମ ପ୍ରଧାନ ଅତିଥି ପରିଚୟ ଦେଇଥିଲେ । କମିରା ଗ୍ରାମର ପୋଷ୍ଟମାଷ୍ଟର ବାଂଛାନିଧି ହୋତାଙ୍କ ପ୍ରଚେଷ୍ଟାରେ ପ୍ରତ୍ୟେକ ପରିବାରର ସୁକନ୍ୟା ଓ ଜମା ଖାତା କମିରା ଡାକଘରେ ଖୋଲିଥିବାରୁ ଫୁଲବାଣୀ ମଣ୍ଡଳର କମିରା ଗ୍ରାମକୁ ଫାଇଭ ଷ୍ଟାର ଗ୍ରାମଭାବେ ଶ୍ରୀ ରାଓ ଘୋଷଣା କରିଥିଲେ ।ବିଭିନ୍ନ କାର୍ଯ୍ୟରେ ପାରଦର୍ଶିତା ହାସଲ କରିଥିବା ପୋଷ୍ଟ ମାଷ୍ଟର ବାଂଛାନିଧି ହୋତା, ରବି ଶଙ୍କର ସାହୁ,ସୌରଭ ଜଗଦଲା,ରଞ୍ଜନ ଜାନି,ଆଶିଷ କୁମାର ବସ୍ତିଆ, ପ୍ରିୟ ରଞ୍ଜନ ପ୍ରଧାନ, ସଂଘତିରାଣୀ ପ୍ରଧାନ, ପ୍ରତିମା ନାଏକ, କହେଁଇ ଚରଣ ମେହେରଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମରେ ନୀଳମଣି ପ୍ରଧାନ, ଜୟନ୍ତ ସାହୁ, ରବିନ୍ଦ୍ର ସାହୁ, କପିଳ ମେଣ୍ଡୁଲି, ମହେଶ କୁମାର ପାଳ, ସରୋଜ ରଣା, ମୋତିଲ ।ଲ କଲତା, ରାମଚନ୍ଦ୍ର ପ୍ରଧାନ, ରବି ସାହୁ, ଦୀପ୍ତି ରଞ୍ଜନ ପାଣିଗ୍ରାହୀ, ସୋନାଳିନୀ ମିଶ୍ର, ଚିନ୍ମୟ ଦଳବେହେରା ପ୍ରମୁଖ ସହଯୋଗ କରିଥିଲେ । ଏହି ମେଳାରେ ବୌଦ୍ଧ ଡାକ ଉପ ମଣ୍ଡଳର ବିଭିନ୍ନ ଗ୍ରାମର ୧୦୦ ରୁ ଉର୍ଦ୍ଧ୍ୱ ପୋଷ୍ଟ ମାଷ୍ଟର ଯୋଗଦେଇଥିଲେ । ବୌଦ୍ଧ ଡାକ ନିରୀକ୍ଷକ ଶରତ କୁମାର ପଣ୍ଡା ଧନ୍ୟବାଦ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

9 − two =