କନ୍ଧମାଳ ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା

0 293

ଫୁଲବାଣୀ,୨୮/୩:ଦିନକୁ ଦିନ ଗଞ୍ଜେଇ କାରବାର କନ୍ଧମାଳ ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି । ଵିଶେଷ କରି ପାଠପଢା ଶିକ୍ଷିତ ଯୁବକଙ୍କ ଏ କ୍ଷେତ୍ରରେ ବେଶି ମାତ୍ରାରେ ସଂଶ୍ଲିଷ୍ଟ ଥିବାର ଦେଖିବାକୁ ମିଳୁଛି ।ଏହାର ମୁଖ୍ୟ କାରଣ ବେରୋଜଗାରୀ । ଆଜି କନ୍ଧମାଳ ଅବକାରୀ ବିଭାଗ ଦୁଇଟି ଗାଡି ଉପରେ ଚଢାଉକରି ୧୮୮ କେଜି ଗଞ୍ଜେଇ ସହିତ ଗୋଟିଏ  ସ୍ୱିଫ୍ଟ ଡ଼ିଜିଆର, ଗୋଟିଏ ସ୍କର୍ପିଓ   ଜବତ କରିବାସହ ୪ ଜଣ ଙ୍କୁ ଗିରଫ କରିଛି। ସୂଚନା ଅନୁସାରେ ଖଜୁରୀପଡାର ଗାଡ଼ିଆ ପଡ଼ା ଓ ଲାଇନ ପଡ଼ା ରାସ୍ତା ଦେଇ ଗଞ୍ଜେଇ ଚୋରା ଚାଲାଣ ହେଉଥିବା କୋଣସି ପ୍ରକାରେ ଖବର ପାଇ ଅବକାରୀ ବିଭାଗର ଟିମ ଉକ୍ତ ଦୁଇ ରାସ୍ତାରେ ଚଢାଉକରି ଦୁଇଟି ଗାଡିକୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ଦୁଇଟି ଗାଡିରୁ ୧୮୮ କେଜି ଗଞ୍ଜେଇ ବାହାରିଥିବା ବେଳେ ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିଛି  । ଗିରଫ ଅଭିଯୁକ୍ତମାନେ ହେଲେ ଅନୁଗୁଳ ଛେଣ୍ଡିପଦା ପିପଲ ବାହାଲର ଦିଲୀପ କୁମାର ବେହେରା, ଜିତେନ୍ଦ୍ର ବେହେରା, ଫୁଲବାଣୀ ଫରେଷ୍ଟ କଲୋନୀର ପ୍ରଦୀପ କୁମାର ଆଲଟିଆ, ଓ ପିଅନ ପଡା କାଳୀ ମନ୍ଦିର ସାହିର ଆକାଶ କୁମାର ଚୌଧୁରୀ । ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଫୁଲବାଣୀ ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

seventeen + thirteen =