ବ୍ଲେଡରେ ଆକ୍ରମଣ, ଜଣେ ଗୁରୁତର

0 4,513

ବୌଦ୍ଧ/ଜହ୍ନାପଙ୍କ,୨୯/୩ – ବୌଦ୍ଧ ଥାନା ପଦ୍ମନପୁର୍‌ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମକୁନ୍ଦପୁର୍‌ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ବ୍ୟକ୍ତିଙ୍କୁ ବ୍ଲେଡରେ ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ କଣ୍ଟାମାଳ ବ୍ଲକ ଥାଟିପାଲି ଗ୍ରାମର ବୁଲୁ ମହାନନ୍ଦିଆ, ଗମ୍ଭାରୀ ପଦର ଗ୍ରାମର ପ୍ରମୋଦ ମହାନନ୍ଦିଆ ଓ ଜାଲ କୁମ୍ଭାର ବୌଦ୍ଧବ୍ଲକ୍‌ ପଦ୍ମନପୁର୍‌ ଗ୍ରାମ ପଞ୍ଚାୟତର ମକୁନ୍ଦପୁର୍‌ ଗ୍ରାମ ନୂଆସାହି ହରିଜନପଡାର ରମେଶ ମହାନନ୍ଦିଆଙ୍କ ଘରକୁ ରାତି ପ୍ରାୟ ୨ ଘଣ୍ଟା ସମୟରେ ଆସିଥିଲେ । ସେହିପଡାର ପଂଚାନନ କଲତା ଏତେ ରାତିରେ ଆମ୍ଭପଡାକୁ କାହିଁକି ଓ କାହା ଘରକୁ ଆସିଛ ବୋଲି ପଚାରିଥିଲେ । ଏଥିରେ ଉତ୍ୟକ୍ତ ହୋଇ ବୁଲୁ ମହାନନ୍ଦିଆ ଏକ ବ୍ଲେଡରେ ପଞ୍ଚାନନ କଲତାଙ୍କୁ ଆକ୍ରମଣ କରିଥିଲା । ଆକ୍ରମଣରେ ପଞ୍ଚାନନଙ୍କ ଅନ୍ତବୁଜୁଳା ବାହାରି ପଡିଥିବା ଜଣାପଡିଛି । ପାଟିତୁଣ୍ଡ ଶୁଣି ପଡାବାସୀ ଆକ୍ରମଣକାରୀ ବୁଲୁକୁ କାବୁ କରିଥିବା ବେଳେ ସାଙ୍ଗରେ ଆସିଥିବା ଅନ୍ୟ ଦୁଇଜଣ କୌଶଳକ୍ରମେ ରାତିର ସୁଯୋଗ ନେଇ ଫେରାର ମାରିଥିଲେ ।

hiring

ଖବରପାଇ ଜହ୍ନାପଙ୍କ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଁଚି ବୁଲୁ ଓ ରମେଶକୁ ଥାନାକୁ ଆଣି ଅଟକ ରଖିଥିବା ବେଳେ ଗୁରୁତର ଆହତ ବ୍ୟକ୍ତିଙ୍କୁ ବୌଦ୍ଧ ଡାକ୍ତରଖାନା ପଠାଇଥିଲା । ଅବସ୍ଥା ସଂକଟାପନ୍ନ ଥିବାରୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ପୋଲିସ୍‌ ଘଟଣାର ତଦନ୍ତ କରୁଥିବା ଫାଣ୍ଡି ଅଧିକାରୀ ମମତା ହେମ୍ବ୍ରମ ସୁଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

9 + sixteen =