ବୁଟୁପାଲି-ବଘିଆପଡା ରାସ୍ତା : ଅଧପନ୍ତରିଆ କାମ ଯୋଗୁଁ ଜନ ଅସନ୍ତୋଷ

0 518

ବୌଦ୍ଧ:ଜାତୀୟ ରାଜପଥ ୫୭ର ବୁଟୁପାଲି ଠାରୁ ବଘିଆପଡାକୁ ଯାଇଥିବା ୧୮ କି.ମି ପୂର୍ତ୍ତ ବିଭାଗ ରାସ୍ତାରେ ଯାତାୟାତ କରିବା କଷ୍ଟକର ହୋଇପଡୁଛି । ରାସ୍ତା ପ୍ରଶସ୍ତିକରଣ ନାମରେ ବିଭିନ୍ନ ଜାଗାରେ ରାସ୍ତାକୁ ଖୋଳିଦେଇ କାମନକରି ହାତବାନ୍ଧି ବସିରହିଛି ଠିକାସଂସ୍ଥା ଏଆର୍‌ଏସ୍‌ଏସ୍ । ଯାହାଫଳରେ ଏ ରାସ୍ତାରେ ଯିବା ଲୋକଙ୍କୁ କଷ୍ଟସାଧ୍ୟ ହେଉଛି ।
ରାସ୍ତା ପ୍ରଶସ୍ତିକରଣ ପାଇଁ କାର୍ଯ୍ୟ ଚାଲିଥିବାବେଳେ ଠିକାସଂସ୍ଥା ଏଆରଏସଏସ ବିଭିନ୍ନ ସ୍ଥାନରେ ରାସ୍ତା ଖୋଳିଦେଇଥିବାରୁ ଯାନବାହନ ଗଲେ ପ୍ରବଳ ଧୂଳି ଉଡୁଥିବାର ଦେଖିବାକୁ ମିଳୁଛି ।

hiring

ବନ୍ଧାପଥର ଠାରୁ କୁଲିମୁଣ୍ଡା ଯାଏଁ ସ୍ଥାନେସ୍ଥାନେ ମେଟାଲ ଓ ଓ ଚିପ୍‌ସ ସହ ପଥରଗୁଣ୍ଡ ବିଛେଇ ଦିଆଯାଇଥିବାରୁ ସାଇକେଲ ମୋଟର ସାଇକେଲରେ ଯାଉଥିବା ଲୋକେ ହଇରାଣ ହେଉଛନ୍ତି । ବହୁସମୟରେ ଏଥିପାଇଁ ଦୁର୍ଘଟଣା ଘଟି ଲୋକେ ଆହତ ହେଉଥିବା ମଧ୍ୟ ହେଉଥିବା ଦେଖିବାକୁ ମିଳୁଛି । ରାସ୍ତାପାଶ୍ୱର୍ରେ ରାସ୍ତା ନିର୍ମାଣ ସାମଗ୍ରୀ ଓ ଯନ୍ତ୍ରପାତି ରଖି ରାସ୍ତା ଅବରୋଧ ଭଳି ପରିସ୍ଥିତି ସୃଷ୍ଟି ହେଉଛି । ଛୋଟଛୋଟ ପୋଲ ନିର୍ମାଣ ପାଇଁ ରାସ୍ତାକୁ ଖୋଳି ଗାତକରି ଛାଡିଦେଇଥିବାରୁ ଏବଂ କୌଣସି ସୂଚନା ଫଳକ ନଥିବାରୁ ଲୋକେ ଦୈନନ୍ଦିନ ଦୁର୍ଘଟଣାର ଶିକାର ହେଉଥିବା ଜଣାପଡିଛି । ଅଧାପନ୍ତରିଆ କାମକରି ମାସମାସ ଧରି କାମ ବନ୍ଦ ରହିଥିବାରୁ ଯାନବାହନ ଓ ସାଧାରଣ ଲୋକ ଗମନାଗମନରେ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ତେଣୁ ଉକ୍ତ ରାସ୍ତାକାମକୁ ତୁରନ୍ତ ସାରିବାପାଇଁ ଓ ରାସ୍ତାର ଉପଯୁକ୍ତ ମାନ ବଜାୟ ରଖିବାପାଇଁ ଠିକାଦାର ସଂସ୍ଥାକୁ ପୂର୍ତ୍ତବିଭାଗ ନିର୍ଦ୍ଦେଶ ଦେବାକୁ ସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

eleven − four =