ଘର ମୁହାଁ ପ୍ରବାସୀ, କଟକଣାକୁ ବେଖାତିର : କ୍ୱାରେଣ୍ଟାଇନର ସବୁ ଖର୍ଚ୍ଚ ବହନ କରିବେ ସରକାର

0 199

ଭୁବନେଶ୍ୱର : ରାଜ୍ୟ ସରକାର ପ୍ରବାସୀ ଓଡିଆଙ୍କ ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଗୁଜୁରାଟ, କେରଳ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ମହାରାଷ୍ଟ୍ର ଆଦି ରାଜ୍ୟରୁ ସେମାନେ ଯେପରି ସୁବ୍ୟବସ୍ଥିତ ଢଙ୍ଗରେ ଆସିବେ, ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାରାଷ୍ଟ୍ର ଓ ଗୁଜୁରାଟର ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟତଃ କଥା ହୋଇଥିବା ବେଳେ ପ୍ରବାସୀ ଓଡିଆ କିନ୍ତୁ ଘର ମୁହାଁ ହୋଇଛନ୍ତି । କଟକଣାକୁ ସେମାନଙ୍କର ଖାତିର ନାହିଁ । ପଞ୍ଜିକରଣ ପୂର୍ବରୁ ସେମାନେ ଘର ମୁହାଁ ହୋଇଛନ୍ତି । ଗତକାଲି ଗୁଜୁରାଟରୁ ଗଞ୍ଜାମ ଅଭିମୁଖେ ଚାରୋଟି ବସରେ ୨ଶହ ପାଖାପାଖି ଶ୍ରମିକ ସେଠା ସୁରତ ଜିଲ୍ଲାପାଳଙ୍କ ଅନୁମତି ପତ୍ର ନେଇ ବାହୁଡି ଥିବା ବେଳେ ଜଳପଥରେ ଗତକାଲି ୩୩ଜଣ ଶ୍ରମିକ ଆସି ବ୍ରହ୍ମପୁର ସ୍ଥିତ ଆର୍ଯ୍ୟପାଲିରେ ପହଞ୍ଚିଛନ୍ତି । ଏହା ପୂର୍ବରୁ ୨ଲକ୍ଷ ଟଙ୍କାରେ ଭଡା କରି ଗୋଡିଏ ଡଙ୍ଗାରେ ୩୮ରୁ ଅଧିକ ମତ୍ସ୍ୟଜିବୀ ମଧ୍ୟ ବିନା ପଞ୍ଜିକରଣରେ ଓଡିଶା ପହଞ୍ଚିଥିଲେ । ରାଜ୍ୟ ସରକାର ପଞ୍ଜିକରଣ ବାଧ୍ୟତାମୂଳକ କରିଥିବା ବେଳେ ଏହି ସରକାରୀ କଟକଣାକୁ ସେମାନେ ଆଉ ଧୈର୍ଯ୍ୟ ଧରିପାରୁନାହାନ୍ତି । ଜନ୍ମମାଟିରେ ପହଞ୍ଚିବା ସେମାନଙ୍କର ଏକମାତ୍ର ଲକ୍ଷ୍ୟ, ଯାହା ସରକାରଙ୍କ ସବୁ ନିୟମ ଏହି ପ୍ରବାସୀମାନଙ୍କ ଦ୍ୱାରା ଧୋଇ ହୋଇଯାଇଛି । ଗତକାଲି ସୁଦ୍ଧା ୫ଲକ୍ଷ ପ୍ରବାସୀ ପଞ୍ଜିକରଣ କରିଥିବା ବେଳେ ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା ୭୫ହଜାର ପ୍ରବାସୀ ବିଭିନ୍ନ ପ୍ରଦେଶରୁ ପଞ୍ଜିକରଣ କଲେଣି । ସରକାରଙ୍କ ଆକାଳନଠାରୁ ଢେର ଅଧିକ ଶ୍ରମିକ ଯାହାକି କୁହାଯାଉଛି ୧୦ଲକ୍ଷ ଶ୍ରମିକ ପ୍ରବାସରୁ ଏକ ସପ୍ତାହ ମଧ୍ୟରେ ଓଡିଶା ଫେରିବେ । ଏଭଳି ସ୍ଥିତି ରାଜ୍ୟ ସରକାରଙ୍କ ଚିନ୍ତା ବଢାଇ ଦେଇଥିବା ବେଳେ ସରକାର ଶ୍ରମିକମାନଙ୍କୁ ନିଜ ବାସରେ ପହଞ୍ଚିବା ପରେ ସ୍କ୍ରିନିଂ ଟେଷ୍ଟ ବାଧ୍ୟତାମୂଳକ କରିଛନ୍ତି । ଏଥିପାଇଁ ଆଜି ସରକାର ପ୍ରତି ପ୍ରବାସୀଙ୍କ ପାଇଁ ମୁଣ୍ଡପିଛା ୩୦୦ ଟଙ୍କା ହାଇଜନିକ୍ କିଟ ବ୍ୟବସ୍ଥା କରିଥିବା ବେଳେ ସେମାନଙ୍କ କ୍ୱାରେଣ୍ଟାଇନରେ ରହିବା ସମୟର ସମସ୍ତ ଖର୍ଚ୍ଚ ବହନ କରିବାକୁ ଘୋଷଣା କରିଛନ୍ତି । ସରକାରଙ୍କ ପଦକ୍ଷେପ ନିଶ୍ଚିତ ଭଲ ହୋଇଥିଲେ ମଧ୍ୟ ଘର ମୁହାଁ ଶ୍ରମିକ କିଭଳି ଭାବେ ନିଜ ଧୈର୍ଯ୍ୟକୁ ରକ୍ଷା କରି ନିୟମକୁ ମାନିଲେ ସଂକ୍ରମଣ ଦାଉର ରାଜ୍ୟବାସୀ ରକ୍ଷା ପାଇବେ ନଚେତ୍ ପ୍ରବାସୀଙ୍କ ପାଇଁ ନେଡିଗୁଡ କୁହୁଣୀକୁ ବୋହିଯିବାର ଆଶଙ୍କା ସୃଷ୍ଟି ହୋଇଛି ।

hiranchal ad1
Leave A Reply

Your email address will not be published.

9 + nine =