କେଉଁ ଦିନ ଖିଅର ହେବେ କେଉଁ ଦିନ ହେବେନି !

0 443

ହିନ୍ଦୁ ଶାସ୍ତ୍ର ଅନୁସାରେ ଖିଅର ହେବକୁ ନେଇ ଗୁଡାଏ ନିୟମ ରହିଛି । କେଉଁ ଦିନ ଖିଅର ହେଲେ କ\’ଣ କ୍ଷତି ହୋଇଥାଏ ଏବଂ କେଉଁ ଦିନମାନଙ୍କରେ ଖିଅର ହେବା ଉଚିତ୍ ଏହି ସମସ୍ତ କଥା ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି ।
ରବିବାର : ରବିବାର ଦିନ ଖିଅର ହେଲେ ଦୁଃଖ ପ୍ରାପ୍ତି ହୋଇଥାଏ ।
ସୋମବାର : ସୋମବାର ଦିନ ଖିଅର ହେବା ବ୍ୟକ୍ତି ପାଇଁ ଭଲ । ଏହି ଦିନ ଖିଅର ହେବାରେ କୌଣସି ବାରଣ ନାହିଁ ।
ମଙ୍ଗଳବାର : ମଙ୍ଗଳବାର ଦିନ ଖିଅର ହେଲେ ଆୟୁଷ ହାନୀ ହୋଇଥାଏ ବୋଲି ବିଶ୍ୱାସ କରାଯାଏ ।
ବୁଧବାର : ବୁଧବାର ଦିନ ଖିଅର ହେଲେ ଆତ୍ମଶକ୍ତି ବୃଦ୍ଧି ପାଇଥାଏ ।
ଗୁରୁବାର : ଗୁରୁବାର ହେଉଛି ମାଆ ଲକ୍ଷ୍ମୀଙ୍କ ବାର । ତେଣୁ ଗୁରୁବାର ଦିନ ଖାଲି ଖିଅର ନୁହେଁ ବରଂ ନଖ କାଟିଲେ, କେଶ ସଫା କଲେ, ଘର ଛାଡିଲେ ମଧ୍ୟ ଅର୍ଥହୀନ ଘଟିଥାଏ ।
ଶୁକ୍ରବାର : ଆପଣ ଯଦି ଆପଣଙ୍କ ବାପାଙ୍କର ବଡ ପୁଅ ହୋଇଥାନ୍ତି ତେବେ ଭୁଲ୍‌ରେ ବି ଶୁକ୍ରବାର ଖିଅର ହୁଅନ୍ତୁ ନାହିଁ । ବାପାଙ୍କ କ୍ଷତି ହୋଇଥାଏ ।
ଶନିବାର : ଶନିବାର ଖିଅର ହେଲେ ଗ୍ରହ ମାଡି ଆସେ । ଏହି ଦିନ ଆଦୌ ଖିଅର ହୁଅନ୍ତୁ ନାହିଁ ।
ଏହାଛଡା ବାପା ପୁଅ ସାଙ୍ଗ ହୋଇ ଗୋଟାଏ ଦିନରେ ଖିଅର ହେବାକୁ ଶାସ୍ତ୍ର ବାରଣ କରିଛି । ଅମାବାସ୍ୟ, ସଂକ୍ରାନ୍ତି ଓ ପ୍ରତିପଦାରେ ମଧ୍ୟ ଖିଅର ହେବା ମନା ।

hiranchal ad1
Leave A Reply

Your email address will not be published.

2 × 5 =