ଚୁମ୍ବନ ଦେବା ସମୟରେ ଆଖି ବନ୍ଦ ହୋଇଥାଏ କାହିଁକି ?

0 492

ଚୁମ୍ବନ ବା “କିସ୍‌’ ହେଉଛି ଏପରି ଏକ ଅନ୍ତରଙ୍ଗ ମାଧ୍ୟମ, ଯାହାକି ଭଲ ପାଇବାକୁ ପରିପ୍ରକାଶ କରିଥାଏ । ଏହି କାରଣ ପାଇଁ ପ୍ରେମୀଯୁଗଳ ପରସ୍ପରକୁ “କିସ୍‌’ ବା “ଚୁମ୍ବନ’ ଦେଇ ମନୋଭାବ ବ୍ୟକ୍ତ କରିଥାଆନ୍ତି । ଏହା ଏକ ସରଳ ଓ ଶକ୍ତିଶାଳୀ ମାଧ୍ୟମ ବୋଲି ବିବେଚନା କରାଯାଏ । ତେବେ ଚୁମ୍ବନ କରିବା ବେଳେ ପ୍ରାୟ ସମସ୍ତଙ୍କ କ୍ଷେତ୍ରରେ ଏଇଆ ଦେଖାଯାଇଥାଏ ଯେ ଆଖି ଦୁଇଟି ସଂପୂର୍ଣ୍ଣ ରୂପରେ ବନ୍ଦ ହୋଇଯାଏ । ହେଲେ କାହିଁକି “କିସ୍‌’ କରିବା ସମୟରେ ପ୍ରେମୀଯୁଗଳଙ୍କ ଆଖି ହୋଇଥାଏ ।
୧- ମନୋବୈଜ୍ଞାନିକଙ୍କ କହିବା ଅନୁଯାୟୀ ଯେତେବେଳେ ଉଭୟ ପ୍ରେମୀ ଯୁଗଳ “ଚୁମ୍ବନ’ କରିବା କାର୍ଯ୍ୟରେ ବ୍ୟସ୍ତ ଥାଆନ୍ତି, ସେତେବେଳେ ଆପେ ଆପେ ସେମାନଙ୍କର ଆଖି ଦୁଇଟି ବନ୍ଦ ହୋଇଯାଏ । କାହିକିନା ସେମାନଙ୍କର ସଂପୂର୍ଣ୍ଣ ଧ୍ୟାନଟି ହିଁ କେବଳ “ଚୁମ୍ବନ’ ଉପରେ କେନ୍ଦ୍ରୀତ ହୋଇଥାଏ । ମସ୍ତିଷ୍କ ଏକ ସଂଗରେ ଏହି ଦୁଇଟି କାର୍ଯ୍ୟକୁ କରିବାରେ ସକ୍ଷମ ହୋଇ ନଥାଏ ।
୨- ଏକ ସର୍ଭେରୁ ମଧ୍ୟ ଜଣାଯାଇଛି ଯେ, ମଣିଷର ମସ୍ତିଷ୍କ “ଚୁମ୍ବନ’ କରିବା ସମୟରେ ଅନ୍ୟ କାର୍ଯ୍ୟ ଗୁଡିକୁ କରିବାକୁ ଅସୁବିଧା ମନେ କରିଥାଏ । ଆଉ ସେ ସମୟରେ ପୁରୁଷ ଓ ନାରୀ ଉଭୟଉଭୟଙ୍କୁ ସ୍ପର୍ଶ କରନ୍ତି ଏବଂ ଆଲିଙ୍ଗନ କରିଥାନ୍ତି । ସେତେବେଳେ ସେମାନେ କେମିତି ଏକ ଖାସ୍ ସମ୍ବେଦନଶୀଳତାର ଅନୁଭବ କରିଥାନ୍ତି । ଏହା ଦ୍ୱାରା ସେମାନଙ୍କ ଆଖି ଦୁଇଟି ବନ୍ଦ ହୋଇଯାଏ ।

hiranchal ad1
Leave A Reply

Your email address will not be published.

18 − 1 =