W.A.R.D ସଂସ୍ଥା ପକ୍ଷରୁ ଶୁଖିଲା ରାସନ ସାମଗ୍ରୀ ବଣ୍ଟନ

0 362

ରାଇକିଆ: ଆଜି କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ବେରେଡାକିଆ ଏବଂ ସୁଗଡ଼ବାଡ଼ି ଗ୍ରାମପଞ୍ଚାୟତ ଅଞ୍ଚଳରେ ରହୁଥିବା ଦିନ ମଜୁରିଆଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବାକୁ, ଗୁଞ୍ଜ ସଂସ୍ଥାର ପ୍ରତିଷ୍ଠାତା-ଅଂଶୁ ଗୁପ୍ତାଙ୍କ ନିର୍ଦେଶ କ୍ରମେ ଗୁଞ୍ଜ ସଂସ୍ଥା ଓଡ଼ିଶା ଶାଖାର ମୁଖ୍ୟ- ସୁରେଶ କୁମାରଙ୍କ ନେତୃତ୍ୱରେ W.A.R.D ସଂସ୍ଥାର ସମ୍ପାଦକ -ଆଶୁତୋଷ ସାହୁ ସେଛାସେବୀ ମାନଙ୍କ ସହାୟତାରେ ଶୁଖିଲା ଖାଦ୍ୟ ଅଞ୍ଚଳବାସୀଙ୍କୁ ବଣ୍ଟିଛନ୍ତି । ଅଞ୍ଚଳର ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ବ ଲୋକମାନେ କରୋନା ଡରରେ ବାହାରକୁ ଯାଇ ପାରୁନାହାନ୍ତି l ଏହା ଫଳରେ ଲୋକଙ୍କ ରୋଜଗାର ବନ୍ଦ ରହିଛି l

hiring

ଏବଂ ରୋଜଗାର ହରାଇ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ନପାଇ ହଇରାଣ ହେଉଥିବା ଦେଖିବାକୁ ମିଳୁଛି l ସେହି ମାନଙ୍କ ମଧ୍ୟରେ ରହିଥିବା, ପ୍ରକୃତ ଗରିବ ଓ ଅସହାୟ ଲୋକଙ୍କୁ ଚି଼ହ୍ନଟ କରି ଜାତି ଧର୍ମ ନିର୍ବିଶେଷରେ ପ୍ରତ୍ୟେକ ଲୋକଙ୍କୁ ସମ୍ପୃକ୍ତ ସଂସ୍ଥା ପକ୍ଷରୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିବା ଦେଖିବାକୁ ମିଳିଛି । ଆଗକୁ ମଧ୍ଯ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଫୁଲବାଣୀ ଜିଲ୍ଲାର ସେଛାସେବୀ ସଂଯୋଜକ -ଅଶୋକ କୁମାର ପରିଡ଼ା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଇକିଆ ଥାନା ଅଧିକାରୀ ଶ୍ରୀ ଅଲେଖ ଗରଡ଼ିଆ, ବ୍ଲକ ଅଧକ୍ଷା ଶ୍ରୀମତୀ ମାନିନୀ ପ୍ରଧାନଙ୍କ ସମେତ ଲବ ଇଣ୍ଡିଆ, ସଂସ୍ଥାର ମୁଖ୍ୟ ଶ୍ରୀ ଚନ୍ଦ୍ରକାନ୍ତ ନାୟକ ମଧ୍ୟ ଯୋଗ ଦେଇଥିଲେ। ସମ୍ପୃକ୍ତ ସଂସ୍ଥା ପକ୍ଷରୁ ଅଞ୍ଚଳର ଅସହାୟ ଲୋକଙ୍କୁ ସହାୟତାର ହାତ ବଢ଼ାଇଥିବାରୁ ଥାନା ଅଧିକାରୀ ଓ ବ୍ଲକ୍ ଅଧ୍ୟକ୍ଷା ସଂସ୍ଥାର ସମସ୍ତ ସଦସ୍ୟମାନଙ୍କୁ ସାଧୁବାଦ ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

15 + 16 =