ବେଦାନ୍ତ ଲିଃର ଅଗ୍ନିଶମ ବିଭାଗ ଦ୍ୱାରା କୋଭିଡ୍‌-୧୯ ବିରୁଦ୍ଧରେ ତୃଣମୂଳ ସ୍ତରରେ ପ୍ରୟାସ

0 80

ଝାରସୁଗୁଡ଼ା : ବେଦାନ୍ତ କମ୍ପାନୀର ପାରିପାଶ୍ୱିର୍କ ଗ୍ରାମାଞ୍ଚଳରେ କୋଭିଡ୍‌-୧୯ ବିରୁଦ୍ଧରେ ଚାଲିଥିବା ଯୁଦ୍ଧକୁ ଏହାର ଅଗ୍ନିଶମ ବିଭାଗ ଆହୁରି ସୁଦୃଢ଼ କରିଛି । କମ୍ପାନୀର ସିଏସ୍‌ଆର୍ ଓ ଜିଲ୍ଲା ପ୍ରଶାସନ ତତ୍ତ୍ୱାବଧାନରେ ଏହି ଅଗ୍ନିଶମ ବିଭାଗ ଝାରସୁଗୁଡ଼ାର ୨୨ଟି ପ୍ରମୁଖ ସ୍ଥାନକୁ ସକ୍ରିୟ ଭାବେ କୀଟାଣୁମୁକ୍ତ କରୁଛି । ଭୁର୍କାମୁଣ୍ଡା, ବୃନ୍ଦାମାଲ, ଭାଗିପାଲି, ବଞ୍ଜାରି, କୁରେବଗା, ଖେରୁଆଲ, ସିରିଆପାଲି, ଶ୍ରୀପୁରା, ଗୁଡ଼ି ଗାଁ, କୁମୁଡ଼ାପାଲି, ଦଲକୀ, କାତିକେଲା, ଚିଠୁଆପଡ଼ା, ସିବାରମପୁର, ସୁନ୍ଦରୀମୁଣ୍ଡା, ଦେବାଡିହି, ସର୍ବାହାଲ, ବିଟିଏମ୍‌, ମାଲିମୁଣ୍ଡା, ପଞ୍ଚପଡ଼ା, ବାଲିଝୁରି ଏବଂ ନୂଆ ଝାରସୁଗୁଡ଼ା ଅଞ୍ଚଳକୁ ଅଗ୍ନିଶମ ଗାଡ଼ି ମାଧ୍ୟମରେ କୀଟାଣୁଭୁକ୍ତ କରାଯାଇଛି । ଜିଲ୍ଲା ପ୍ରଶାସନ ଦ୍ୱାରା ଆରମ୍ଭ ହୋଇଥିବା ନିବାରଣ ପ୍ରକ୍ରିୟା ଅନୁସାରେ ଅଗ୍ନିଶମ ବିଭାଗ ଦ୍ୱାରା ଗ୍ରାମାଞ୍ଚଳରେ ବାସଗୃହ ଗୁଡ଼ିକର ବାହ୍ୟ କାନ୍ଥ, ସର୍ବଜନିକ ବ୍ୟବହୃତ ସ୍ଥାନ ଏବଂ ସାଧାରଣ କ୍ଷେତ୍ରଗୁଡ଼ିକ ଉପରେ ହେପୋକ୍ଳୋରାଇଟ୍ ମିଶ୍ରଣ ସିଞ୍ଚ କରାଯାଉଛି । ତୃଣମୂଳସ୍ତରରେ ସୁରକ୍ଷା ଯୋଗାଇଦେବା ପାଇଁ ଆମେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛୁ ଏବଂ ଅନବରତ ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ସହିତ ଘନିଷ୍ଠ ସମନ୍ୱୟରେ କାର୍ଯ୍ୟରତ ବୋଲି ବେଦାନ୍ତ ସିଇଓ ଶ୍ରୀ ସିଏନ୍ ସିଂ ମତପ୍ରକାଶ କରିଛନ୍ତି । ଆମର ସର୍ବବୃହତ ପରିଯୋଜନ ଝାରସୁଗୁଡ଼ା କୋଭିଡ୍ ହସ୍ପିଟାଲ ଯାହା ବେଦାନ୍ତ, ଜିଲ୍ଲା ଖଣିଜ ପାଣ୍ଠି ଏବଂ ହାଇଟେକ୍ ମେଡ଼ିକାଲ୍ କଲେଜର ମିଳିତ ସହଯୋଗରେ ପ୍ରସ୍ତୁତ ହେଉଛି ବହୁତ ଜଲଦି ଏହା କାର୍ଯ୍ୟକାରୀ ହେବ । ଏଥିସହିତ ୧୨୦୦୦ରୁ ଊର୍ଦ୍ଧ୍ୱ ମାସ୍କ୍ ଏବଂ ୨୦୦ରୁ ଊର୍ଦ୍ଧ୍ୱ ଖାଦ୍ୟ ସାମଗ୍ରୀର ପ୍ୟାକେଟ୍ ମାଗଣା ବଣ୍ଟନ କରାଯାଇଛି ଯାହା ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଶ୍ରୀ ସିଂ କହିଛନ୍ତି ।

hiranchal ad1
Leave A Reply

Your email address will not be published.

20 − fifteen =