କରୋନା ସହାୟତା ରାଶି ପାଇଁ ଜୀବନକୁ ବାଜି ଲଗାଉଛନ୍ତି ରାସନ କାର୍ଡଧାରୀ

0 114

ସମ୍ବଲପୁର: କରୋନା ମହାମାରୀର ପ୍ରତିଷେଧ ପାଇଁ ଦେଶସାରା ଲକଡାଉନ ଲାଗିଥିବାବେଳେ ରାଜ୍ୟସରକାରଙ୍କ ସହାୟତା ରାଶିରୁପେ ମିଳୁଥିବା ୧ହଜାର ଟଙ୍କା ପାଇଁ ରାସନକାର୍ଡ ଧାରୀଙ୍କୁ ରାତିରୁ ଲାଇନ ଲଗାଇ ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିିବାକୁ ପଡୁଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଯେତେ ତାଗିଦ କରାଗଲେ ମଧ୍ୟ ଏଠାରେ ଜିଲ୍ଲା ପ୍ରଶାସନର ଆଖି ଖୋଲୁନାହିଁ ଓ ସେମାନଙ୍କ ପାଇଁ କୌଣସି ତ୍ୱରିତ ପ୍ରକ୍ରିୟା କାର୍ଯ୍ୟକାରୀ କରାଯାଉନାହିଁ ।

hiring

ଏପରିକି ଘୋଷଣାର ଆଜି ୨୨ଦିନ ପରେ ମଧ୍ୟ ଏହି ହିତାଧିକାରୀମାନେ ରାସନକାର୍ଡ ଓ ଲେବରକାର୍ଡର ଟଙ୍କା ପାଇପାରିନାହାନ୍ତି । ବର୍ତ୍ତମାନ ସଙ୍କଟକାଳରେ ସେମାନଙ୍କ ପାଇଁ ଏହି ସାହାଯ୍ୟ ଅତି ମୂଲ୍ୟବାନ ହୋଇପଡିଛି । ଏଣୁ ସେମାନେ ଜୀବନକୁ ବାଜି ଲଗାଇ ଏତକ ପାଇବାପାଇଁ ରାସନକାର୍ଡସବୁ ଲାଇନରେ ରଖି ରାତିସାରା ଜଗିବସିଛନ୍ତି । ସ୍ଥାନୀୟ ସାକ୍ଷୀପଡା ସହିତ ଚାରଭାଟି ଅଞ୍ଚଳରେ ଏହିପରି ଦୃଶ୍ୟ ଦେଖିବାକୁ ମିଳୁଛି ।

hiranchal ad1
Leave A Reply

Your email address will not be published.

16 + seven =