୨୦୧୫ ବିଶ୍ୱକପ୍‌ର ଅଭିଜ୍ଞତା ବାଣ୍ଟିଲେ ସାମି

0 81

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ସହଭାଗିତାରେ ଖେଳାଯାଇଥିବା ୨୦୧୫ ବିଶ୍ୱକପ୍‌ରେ ଭାରତୀୟ ପେସର ମହମ୍ମଦ ସାମି ନିଜର ସ୍ୱାସ୍ଥ୍ୟ ଅବସ୍ଥା ନେଇ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ, ଏହି ସିରିଜ୍‌ରେ ଯଦିଓ ମୁଁ ଦ୍ୱିତୀୟ ବୃହତ ୱିକେଟ୍ ନେଇଥିଲି, ତଥାପି ଉକ୍ତ ସିରିଜ୍‌ରେ ମୋର ଆଣ୍ଠୁ ଯନ୍ତ୍ରଣା ସତ୍ତ୍ୱେ ମୁଁ ଏହି ଖେଳ ଖେଳୁଥିଲି ବୋଲି ସେ ସାମ୍ବାଦିକମାନଙ୍କୁ କହିଛନ୍ତି । ସେହି ସିରିଜ୍‌ରେ ସେ ସାତୋଟି ମ୍ୟାଚ୍ରୁ ୧୭ଟି ୱିକେଟ୍ ଅକ୍ତିଆର କରି ଉମେଶ ଯାଦବଙ୍କ ପଛକୁ ରହିଥିଲେ । ତାଙ୍କର ୩୫ ରନ୍ ବିନିମୟରେ ୪ଟି ୱିକେଟ୍ ଥିଲା ଉତ୍ତମ ପ୍ରଦର୍ଶନ । ସେ ସେଦିନର କଥା ମନେ ପକାଇ ଇର୍ଫାନ୍ ପଠାନଙ୍କୁ ଇନେଷ୍ଟାଗ୍ରାମରେ ଜଣାଇଛନ୍ତି ସେହି ଦିନର କଥା । ସେ କହିଛନ୍ତି ଯେ, ଉକ୍ତ ମ୍ୟାଚରେ ମୁଁ ଖେଳିବା ପାଇଁ ତିନୋଟି ପେନ୍‌କିଲର ଏବଂ ଇଂଜେକସନ୍ ଦେଇଥିଲି ।

hiranchal ad1
Leave A Reply

Your email address will not be published.

seventeen − seven =