ସାମାଜିକ ଦୂରତାକୁ ଲଂଘୁଛନ୍ତି ସରକାରୀ ସଂସ୍ଥା : ପ୍ରଶାସନ ନିରବଦ୍ରଷ୍ଟା

0 437

ବୈାଦ୍ଧ : ଲକ୍‌ଡାଉନ ହେବାର ୨୨ଦିନ ଅତିବାହିତ ହୋଇସାରିଛି । ସରକାର, ପ୍ରଶାସନ ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଂସ୍ଥାମାନେ କରୋନାକୁ ମୁକାବିଲା ପାଇଁ ସାମାଜିକ ଦୂରତା ରକ୍ଷା ହିଁ ଏକମାତ୍ର ଅସ୍ତ୍ର ବୋଲି ଲୋକଙ୍କୁ ସଚେତନ ମଧ୍ୟ କରାଇ ଆସୁଛନ୍ତି । ଅନେକ ଜାଗାରେ ଜନସାଧାରଣ ଏ ନିୟମକୁ ମାନି ଆସୁଥିବାବେଳେ କେତେକ ଲୋକ ଜାଣିଶୁଣି ଅମାନିଆ ହୋଇ ସାମାଜିକ ଦୂରତାର ଖୋଲାଖୋଲି ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳେ । ବିଶେଷକରି ବୌଦ୍ଧଜିଲ୍ଲାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଇସେନ୍ସ ଦିଆଯାଇ ଖୋଲାଯାଇଥିବା ରନ୍ଧନଗ୍ୟାସ ବିତରଣ କେନ୍ଦ୍ର ମାନଙ୍କରେ ସାମାଜିକ ଦୂରତାକୁ ପ୍ରାଧାନ୍ୟ ଦିଆଯାଉନାହିଁ । ମାଗଣା ଗ୍ୟାସ ସିଲିଣ୍ଡର ମାସକୁ ଗୋଟିଏ ଲେଖାଏଁ ଦେବେ ବୋଲି କେନ୍ଦ୍ର ସରକାର ଯୋଜନା କରିଥିବାରୁ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀମାନଙ୍କ ପ୍ରବଳ ଗହଳି ପରିଲକ୍ଷିତ ହେଉଛି । ଗ୍ୟାସ ବିତରଣ କେନ୍ଦ୍ର ଆଗରେ ଦିନରାତି ଶହଶହ ପୁରୁଷ ଓ ମହିଳାଙ୍କ ସମାଗମ ଦେଖିବାକୁ ମିଳୁଛି । ଜହ୍ନାପଙ୍କ, ପୁରୁଣାକଟକ, ସରସରା, ବାଉଁଶୁଣୀ ଆଦି ଗ୍ରାମାଞ୍ଚଳରେ ଥିବା ରନ୍ଧନଗ୍ୟାସ ବିତରଣ କେନ୍ଦ୍ର ମାନଙ୍କରେ ପ୍ରଚଣ୍ଡ ଖରାସତ୍ତ୍ୱେ ଲୋକଙ୍କ ଭିଡ ପରିଲକ୍ଷିତ ହେଉଛି ।

hiring

ସେହିପରି ଜାତୀୟ ଓ ରାଜ୍ୟ ଖାଦ୍ୟ ନିରାପତ୍ତା ଯୋଜନାର ଖାଉଟିକାର୍ଡ ପାଇଥିବା ହିତାଧିକାରୀମାନଙ୍କ ଭିଡ ଚାଉଳ, ଗହମ, କିରୋସିନ ଓ ହଜାରେ ଟଙ୍କାର ସହାୟତା ନେବାପାଇଁ ଲୋକେ ଅସମ୍ଭବ ଭିଡ କରୁଛନ୍ତି । ଭ୍ରାମ୍ୟମାଣ ବିତରଣ କେନ୍ଦ୍ର ମାନଙ୍କରେ ଏସବୁ ସାମଗ୍ରୀ ନେବାପାଇଁ ଲୋକେ ଆତୁର ହୋଇ ସାମାଜିକ ଦୂରତାକୁ ମାନୁନାହାନ୍ତି । ଖାଲି ଲୋକଙ୍କ ଉପରେ ଦୋଷଦେଲେ ହେବନାହିଁ ବରଂ ଗ୍ୟାସ ଏଜେନ୍ସି ଓ ପଞ୍ଚାୟତ କର୍ମକର୍ତ୍ତା ସାମାଜିକ ଦୂରତାକୁ ପାଳନପାଇଁ ଲୋକଙ୍କୁ ନବୁଝାଇ ନିଜ କାମକୁ କିଭଳି ସାରିଦେବେ ସେଥିରେ ବ୍ୟସ୍ତ ରହୁଛନ୍ତି । ଗ୍ୟାସ ଏଜେନ୍ସିମାନେ ଗାଁକୁ ଗାଁ ଯାଇ ଉଜ୍ଜ୍ୱଳା ହିତାଧିକାରୀଙ୍କୁ ଗ୍ୟାସ ସିଲିଣ୍ଡର ମୁଣ୍ଡରେ ବୋହି ମହିଳା ହିତାଧିକାରୀ ୧୦/୧୫କି.ମି ଚାଲିଚାଲି ଯିବା ଘଟଣା ଗତକାଲି ପୁରୁଣାକଟକ ଅଞ୍ଚଳରେ ଦେଖିବାକୁ ମିଳିଥିଲା ।

ଏସବୁ ସରକାରୀ ସଂସ୍ଥାରେ ଖୁଲମଖୁଲା ସାମାଜିକ ଦୂରତା ନିୟମ ଉଲ୍ଲଂଘନ ହେଉଥିଲେ ମଧ୍ୟ ପୁଲିସ ଓ ପ୍ରଶାସନ ଚୁପ୍ ରହିବା ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି । ଏସବୁ ସ୍ଥାନରେ ହେଉଥିବା ଗହଳିକୁ ପରିଚାଳନା କରିବାପାଇଁ ପ୍ରଶାସନ ପୁଲିସକୁ ଦାୟିତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି ।

hiranchal ad1
Leave A Reply

Your email address will not be published.

2 × five =