କରୋନାମୁକ୍ତ ଜିଲ୍ଲାରେ କାଲିଠୁ କୋହଳ ହେବ କଟକଣା

0 254

ଭୁବନେଶ୍ୱର : ଲକ୍‌ଡାଉନ୍ ଅବଧି ଆସନ୍ତା ମଇ ମାସ ତିନି ତାରିଖ ପର୍ଯ୍ୟନ୍ତ ଜାରି ରହିଥିବା ବେଳେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଚଳିତ ମାସ ଶେଷ ପର୍ଯ୍ୟନ୍ତ ଏହା ଲାଗୁ ରହିଛି । କିନ୍ତୁ ରାଜ୍ୟରେ ଏପର୍ଯ୍ୟନ୍ତ ୬୧ଟି କରୋନା ପଜିଟିଭ୍ ଥିବା ବେଳେ ସେଥିମଧ୍ୟରୁ ପାଖାପାଖି ୧୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଛୁଟି ନେଲେଣି । ସେହିଭଳି ପାଖାପାଖି ୩୫ କରୋନା ଆକ୍ରାନ୍ତ ଧିରେ ଧିରେ ସୁସ୍ଥ ଆଡ଼କୁ ଗତି କରୁଛନ୍ତି । ଏଣୁ ଏଭଳି ସ୍ଥିତିରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ପରାମର୍ଶକ୍ରମେ ଆସନ୍ତାକାଲିଠାରୁ ରାଜ୍ୟର କରୋନାମୁକ୍ତ ଜିଲ୍ଲାଗୁଡ଼ିକରେ ଆଂଶିକ ଲକ୍‌ଡାଉନ୍ କଟକଣାକୁ କୋହଳ କରିବେ । ଏହି କୋହଳ କଟକଣାଗୁଡ଼ିକ ମଧ୍ୟରେ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଯୁକ୍ତି ଯୋଜନା (ଏମ୍‌ସିଏନ୍‌ଆରଇଜିଏସ୍‌), ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ (ପିଏମ୍‌ଏୱାଇ-ଜି), ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ ୱାଇ) ଏବଂ ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଏନ୍‌ଆରଏଲ୍‌ଏମ୍‌) କାର୍ଯ୍ୟ ଆରମ୍ଭ ହେବ । ପିଏମ୍‌ୱାଇ (ଗ୍ରାମୀଣ), ପିଏମ୍‌ଜିଏସ୍‌ୱାଇ, ଏନ୍‌ଆରଏଲ୍‌ଏମ୍ ଏବଂ ଏମ୍‌ସିଏନ ଆରଇଜିସିଏସ୍ ଅଧୀନରେ କରାଯାଉଥିବା ସମସ୍ତ କାର୍ଯ୍ୟରେ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇ ପୂର୍ବତନ କାର୍ଯ୍ୟ ଚାଲୁ ରହିବ । ଏହି ସମସ୍ତ କାର୍ଯ୍ୟ କରିବା ସମୟରେ ଶ୍ରମିକମାନଙ୍କର ସୁରକ୍ଷା ପ୍ରତି ଦୃଷ୍ଟି ଦିଆଯିବା ଆବଶ୍ୟକ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ପ୍ରେସ୍ ବିବୃତିରେ କୁହାଯାଇଛି ।

hiranchal ad1
Leave A Reply

Your email address will not be published.

12 + twelve =