ପାଠ୍ୟକ୍ରମରେ ସ୍ଥାନ ପାଇବ କୋଭିଡ-୧୯

0 65

ଲକ୍ଷେ୍ନା÷: ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ବା କୋଭିଡ-୧୯ସଂପର୍କରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦେବା ପାଇଁ ନିଷ୍ପତ୍ତି ହୋଇଛି । ବିଶ୍ୱ ବିଦ୍ୟାଳୟର ପାଠ୍ୟକ୍ରମରେ ଏହାକୁ ଏକ ବିଷୟ ଭାବେ ସାମିଲ କରାଯିବ । ଲକ୍ଷେ୍ନା÷ ବିଶ୍ୱବିଦ୍ୟାଳୟର ବାୟୋକ୍ୟାମେଷ୍ଟ୍ରି ପାଠ୍ୟକ୍ରମରେ କୋଭିଡ-୧୯କୁ ନୂଆ ବିଷୟ ଭାବେ ଅନ୍ତର୍ଭୁକ୍ତ କରାଯିବ । ବିଶ୍ୱ ବିଦ୍ୟାଳୟର ଭାଇସ୍ ଚ୍ୟାନସେଲର ଆଲୋକ ରାଏ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, କରୋନା ଭାଇରସ ଯେଭଳି ଭାବେ ସମଗ୍ର ବିଶ୍ୱକୁ ବ୍ୟାପିଛି ତାହା ସମସ୍ତଙ୍କୁ ପାଇଁ ଚିନ୍ତାର ବିଷୟ ହୋଇଛି । ଏହାର କୌଣସି ଔଷଧ ନାହିଁ । ତେଣୁ ଏହାର ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ନୂଆ ଉପାୟ ଅବଲମ୍ବନ କରାଯାଉଛି । ଏହା ବୈଜ୍ଞାନିକ, ଗବେଷକ ଓ ଡାକ୍ତରମାନଙ୍କୁ ଏକ ନୂଆ ଅନୁଭୂତି ଦେଇଛି । ତେଣୁ ଏହି ରୋଗର ସବୁ ଦିଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା କିଭଳି ବ୍ୟାପୁଛି, କିପରି ଭାବେ ଲୋକମାନଙ୍କୁ ସଂକ୍ରମିତ କରୁଛି ଏବଂ ଏହାର ପରିଚାଳନା କିଭଳି ଭାବରେ କରାଯାଉଛି ଏହି ସବୁ ଦିଗ ପାଠ୍ୟକ୍ରମରେ ରହିବ । କୋଭିଡ-୧୯ର ପ୍ରତ୍ୟେକ ଦିଗ ସଂପର୍କରେ ପାଠ୍ୟକ୍ରମରେ ପୁଙ୍ଖାନୁପୁଙ୍ଖ ବିବରଣୀ ରହିବ । ଯାହା ଫଳରେ ଆଗାମୀ ପୀଢର ଛାତ୍ରଛାତ୍ରୀମାନେ ନୂଆ ଜ୍ଞାନ ଅର୍ଜନ କରିପାରିବେ ବୋଲି ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

eighteen − 9 =