ବିପୁଳ ଆର୍ଥିକ କ୍ଷତିର ସମ୍ମୁଖୀନ ହେବାକୁ ଯାଉଛି ବିସିସିଆଇ

0 89

ମୁମ୍ବାଇ: କରୋନା ଭାଇରସ ସଂକ୍ରମଣ ଏବଂ ଲକଡାଉନ ଯୋଗୁଁ ଏବର୍ଷର ଆଇପିଏଲକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚାଇ ଦେଇଛି । ଏଥିଯୋଗୁଁ ବିସିସିଆଇ ସଂକଟର ସମ୍ମୁଖୀନ ହୋଇଛି । ବିସିସିଆଇ ଏପର୍ଯ୍ୟନ୍ତ ଚଳିତ ବର୍ଷର ଆଇପିଏଲ ପାଇଁ ବୀମା ବ୍ୟବସ୍ଥା କରିନଥିବାରୁ ସମସ୍ୟା ଦେଖାଦେଇଛି । ଏହି କାରଣରୁ ବିସିସିଆଇ ବିପୁଳ ଆର୍ଥିକ କ୍ଷତିର ସମ୍ମୁଖୀନ ହେବ ବୋଲି ଏହାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବିସିସିଆଇ ସାଧାରଣତଃ ଦୁଇଟି ବୀମା କରିଥାଏ । ଗୋଟିଏ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ପାଇଁ ଅନ୍ୟଟି ଆଇପିଏଲ ପାଇଁ । ଆଇପିଏଲ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବାରୁ ସବୁବର୍ଷ ଏଥିପାଇଁ ନୂଆ ପଲିସି କରାଯାଇଥାଏ । କିନ୍ତୁ ଏବର୍ଷ ବିସିସିଆଇ ଏ ଦିଗରେ ଆଗୁଆ ପଦକ୍ଷେପ ନେଇନାହିଁ । ସଂପୃକ୍ତ ବୀମା କଂପାନୀ ଓ ବିସିସିଆଇ ମଧ୍ୟରେ କୌଣସି ଚୂଡାନ୍ତ ନିଷ୍ପତ୍ତି ହୋଇପାରିନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

hiranchal ad1
Leave A Reply

Your email address will not be published.

1 × five =