ଗମ୍ଭୀର ଓ ଆଫ୍ରିଦୀଙ୍କ ମଧ୍ୟରେ ବଢୁଛି ବାଗ୍ ଯୁଦ୍ଧ

0 69

ନୂଆଦିଲ୍ଲୀ, (ସ୍ୱ.ପ୍ର): ପାକିସ୍ତାନର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦୀ ତାଙ୍କର ଆତ୍ମଜୀବନୀ ପୁସ୍ତକରେ ପୂର୍ବତନ ଭାରତୀୟ ଓପନର ଗୌତମ ଗମ୍ଭୀରଙ୍କ ସଂପର୍କରେ ସଂପର୍କରେ କେତେକ କଟୁ ମନ୍ତବ୍ୟ ଦେବା ପରଠୁ ଏହି ଦୁଇ କ୍ରିକେଟରଙ୍କ ମଧ୍ୟରେ ବାଗ୍ ଯୁଦ୍ଧ ତେଜିବାରେ ଲାଗିଛି । ଆଫ୍ରିଦୀ ତାଙ୍କ ପୁସ୍ତକରେ ଗମ୍ଭୀରଙ୍କୁ ଅତି ଅରୁଚିକର ମନ୍ତବ୍ୟ ସହ ସମାଲୋଚନା କରିଛନ୍ତି । ଆଫ୍ରିଦୀ କହିଛନ୍ତି ଯେ, ଗାମ୍ଭୀରଙ୍କର କୌଣସି ବ୍ୟକ୍ତିତ୍ୱ ନାହିଁ । ତାଙ୍କ ନାମରେ ସେଭଳି କୌଣସି ବଡ ରେକର୍ଡ ମଧ୍ୟ ନାହିଁ । ସେ ଜଣେ ଗୁରୁତ୍ୱବିହୀନ କ୍ରିକେଟର । କୌଣସି ବିଶେଷ ଉପଲବ୍ଧି ନଥାଇ ମଧ୍ୟ ସେ ନିଜକୁ ଜଣେ ମହାନ କ୍ରିକେଟର ବୋଲି ମନେ କରନ୍ତି । ତାଙ୍କର ଅହଂକାର ମଧ୍ୟ କିଛି କମ୍ ନୁହେଁ ବୋଲି ଆଫ୍ରିଦୀ ଉଲ୍ଲେଖ କରିଛନ୍ତି । ଏଭଳି ମନ୍ତବ୍ୟ ଶୁଣିବା ପରେ ଗମ୍ଭୀର ମଧ୍ୟ ଆଫ୍ରିଦୀଙ୍କୁ ଅତି କଡା ଭାଷାରେ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ମୁଁ ମୋ କ୍ୟାରିଅରରେ କ\’ଣ କରିଛି ନ କରିଛି ତାହା ବିଶ୍ୱ କ୍ରିକେଟ ଜଗତ ଭଲ ଭାବରେ ଜାଣନ୍ତି । ମୋ ସଂପର୍କରେ ମୋତେ କାହାକୁ ସଫେଇ ଦେବାରୁ କୌଣସି ଆବଶ୍ୟକତା ନାହିଁ । ଆମେ ବିଶ୍ୱକପ ଜିତିଛୁ, ପାକିସ୍ତାନକୁ ବାରମ୍ବାର ହରାଇଛୁ । ବୋଧହୁଏ ଆଫ୍ରିଦୀ ଏସବୁ କଥା ଭୁଲି ଯାଇଛନ୍ତି ବୋଲି ଗମ୍ଭୀର କହିଛନ୍ତି ।

hiranchal ad1
Leave A Reply

Your email address will not be published.

fifteen − three =