କରୋନା ସଂକଟ ବେଳେ ଆତଙ୍କବାଦୀ ଗୋଷ୍ଠୀ ଗଢୁଛି ପାକିସ୍ତାନ

0 87

ନୂଆଦିଲ୍ଲୀ : ସମଗ୍ର ବିଶ୍ୱ ବର୍ତ୍ତମାନ କରୋନା ଭାଇରସ ବିରୋଧରେ ଲଢୁଥିବା ବେଳେ ପାକିସ୍ତାନ କିନ୍ତୁ ତା\’ର ପୁରୁଣା ଅଭ୍ୟାସ ଛାଡିନାହିଁ । ପୂର୍ବପରି ଏହା ଏବେବି ଆତଙ୍କବାଦୀ ଗୋଷ୍ଠୀଗୁଡିକୁ ଆର୍ଥିକ ସାହାଯ୍ୟ ଓ ସମର୍ଥନ ଯୋଗାଇ ଦେବା କାର୍ଯ୍ୟ ଜାରି ରଖିଛି । କେବଳ ସେତିକି ନୁହେଁ, ଜାମ୍ମୁ କାଶ୍ମୀରରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଏହି ପଡୋଶୀ ଦେଶ ଏକ ନୂଆ ଆତଙ୍କବାଦୀ ଗୋଷ୍ଠୀ ଗଢିଥିବା ଜଣାପଡିଛି । ଏହାର ନାମ \”ଦି ରେଜିଷ୍ଟାନ୍ସ ଫ୍ରଣ୍ଟ(ଟିଆରଏଫ)\’ । ଏହି ଗୋଷ୍ଠୀ କାଶ୍ମୀରେ ଥିବା ଆତଙ୍କବାଦୀଙ୍କୁ ନେଇ ଗଠନ କରାଯାଇଛି ଏବଂ ପାକିସ୍ତାନ ଆବଶ୍ୟକ ପାଣ୍ଠି ଓ ସମର୍ଥନ ଯୋଗାଇ ଦେଉଛି । ପାକିସ୍ତାନର ଏଭଳି ଉଦ୍ୟମକୁ କେତେକ ଶାନ୍ତି ରକ୍ଷାକାରୀ ସଂଗଠନ ସମାଲଚୋନା କରି କହିଛନ୍ତି ଯେ, ସାରା ବିଶ୍ୱ କରୋନା ଭାଇରସ ସଂକ୍ରମଣରୁ ରୋକିବା ପାଇଁ ଅହରହ ସଂଘର୍ଷ କରୁଥିବା ବେଳେ ପାକିସ୍ତାନ କରୋନା ରୋଗୀଙ୍କ କଥା ଭୁଲି ଏଭଳି କାର୍ଯ୍ୟରେ ମାତିବା ଏକ ଜଂଘନ୍ୟ ଅପରାଧ ସହ ସମାନ । ବିଶ୍ୱସ୍ତରରେ ପାକିସ୍ତାନର କଡା ନିନ୍ଦା କରାଯିବା ଆବଶ୍ୟକ ବୋଲି ସେମାନେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

four × 2 =