ଅଦିନିଆ ବର୍ଷାରେ ଉଜୁଡିଗଲା ଡାଳୁଅ ଧାନ ଚାଷ

0 636

ବୌଦ୍ଧ : ଦୁଇଦିନ ଧରି ଲଗାଣ ଅଦିନିଆ ବର୍ଷାରେ ବୌଦ୍ଧ ଜିଲ୍ଲାରେ ଡାଳୁଅ ଧାନ ଫସଲର ବ୍ୟାପକ କ୍ଷୟକ୍ଷତି ହୋଇଛି । ଝଡ ତୋଫାନ, କୁଆପଥର ପଡିବା ଓ ଲଗାଣ ବର୍ଷା ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ ଉଜୁଡି ଯାଇଥିବା ଫସଲକୁ ଦେଖି ଚାଷୀ ହତାଶ । ବୌଦ୍ଧ ଜିଲ୍ଲାରେ ଜଳସେଚନର ସୁବିଧା ଥିବା କେତେକ ଅଂଚଳରେ ଚାଷୀମାନେ ଖରାଦିନିଆ ରବି ଧାନ ଚାଷ କରିଥାନ୍ତି । ମହାନଦୀ ଓ ତେଲନଦୀ କୂଳରେ ଉଠା ଜଳସେଚନ ପ୍ରକଳ୍ପରୁ ପାଣି ମଡାଇ ଡାଳୁଅ ଧାନ କରୁଥିବାର ଦେଖାଯାଏ ।

hiring

ବୌଦ୍ଧ ବ୍ଲକର ବଘିଆପଡା, ରକ୍ସା, ବଢିଗାଁ ଗ୍ରାମ ପଞ୍ଚାୟତ ସମେତ ହରଭଙ୍ଗା ବ୍ଲକର ଧଳପୁର, ରାମଗଡ, ସାମ୍ପୋଚ, ବୀରନରସିଂହପୁର, ମଥୁରା ଆଦି ଗ୍ରାମ ପଞ୍ଚାୟତରେ ଖରାଦିନିଆ ଧାନ ଚାଷ ଚାଷୀମାନେ କରିଥାନ୍ତି । ସେହିପରି ବୌଦ୍ଧ ଏନଏସିର ମର୍ଜାକୁଦ, କଣ୍ଟାମାଳ ବ୍ଲକର ମନମୁଣ୍ଡା, ଘିକୁଣ୍ଡି, ଯୋଗୀନ୍ଦ୍ରପୁର ଆଦି ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମରେ ହଜାର ହଜାର ଏକର ଜମିରେ ଚଳିତ ବର୍ଷ ଡାଳୁଅ ଧାନ କରାଯାଇଥିଲା ।
ଚାଷୀମାନେ ସେବା ସମବାୟ ସମିତି ଓ ଅନ୍ୟାନ୍ୟ ବ୍ୟାଙ୍କରୁ ଋଣ ଆଣି ରବିଧାନ ଚାଷ କରୁଥିବା ବେଳେ ଅଦିନିଆ ବର୍ଷାରେ ସେମାନଙ୍କର ଧାନ ଫସଲ ବ୍ୟାପକ କ୍ଷୟକ୍ଷତି ହୋଇଛି । ଧାନ ଅମଳ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ପବନ ଯୋଗୁଁ ଧାନଗଛ ବିଲରେ ଶୋଇପଡିବା ସହ ପାଣିରେ ବୁଡିଯାଇଥିବା ଦେଖିବାକୁ ମିଳୁଛି । ସରକାର କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଆବଶ୍ୟକ କ୍ଷତିପୂରଣ ଯୋଗାଇ ଦେବାକୁ ରବିଧାନ ଚାଷ କରିଥିବା ଚାଷୀମାନେ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

19 − 5 =