ୟୁପିରେ 30ଜୁନ୍ ଯାଏ ସାର୍ବଜନିକ ସଭା ଉପରେ ରୋକ୍ ଲଗାଇଲେ ଯୋଗୀ ସରକାର

0 92

କରୋନା ଭାଇରସ କାରଣରୁ ସାରା ଦେଶ ଏକମାସରୁ ଅଧିକ ଦିନ ହେଲାଣି ଲକଡାଉନରେ ରହିଛି । ଏକମାସ ବିତିଯିବା ପରେ ଏବେ ଉତ୍ତରପ୍ରଦେଶରେ ଦୋକାନ ଖୋଲିବାକୁ ବିଚାରବିମର୍ଷ ଚାଲିଛି । ସିଏମ୍ ଯୋଗୀ ଆଦିତ୍ୟ ନାଥ ନିଜର କୋର କମିଟି ବୈଠକରେ ସ୍ପଷ୍ଟ ମତ ଦେଇଛନ୍ତି ଯେ, ରାଜ୍ୟରେ ୩୦ ଜୁନ ଯାଏଁ କୌଣସି ଠାରେ ମଧ୍ୟ ସାର୍ବଜନିକ ସଭାକୁ ଅନୁମତି ଦିଆଯିବ ନାହିଁ । ସେହିପରି ୩୦ ପରେ ସ୍ଥିତିକୁ ଦେଖି ନିର୍ଣ୍ଣୟ ନିଆଯିବ ବୋଲି ସେ କହିଛନ୍ତି ।ଶନିବାର ଦିନ ସିଏମ୍ ଯୋଗୀ ନିଜର ସରକାରୀ ଭବନରେ ଅଫିସରମାନଙ୍କ ସହ ବୈଠକ କରିଥିଲେ । କରୋନା ଭାଇରସକୁ ନିୟନ୍ତ୍ରଣ କରିବା ପାଇଁ ପ୍ରତ୍ୟେକ ଦିନ ଏକଘଣ୍ଟା ଲେଖାଏଁ ମୁଖ୍ୟମନ୍ତ୍ରୀ ଯୋଗୀ ନିଜ ଅଧିକାରୀଙ୍କ ସହ ବୈଠକ କରୁଛନ୍ତି ।

hiranchal ad1
Leave A Reply

Your email address will not be published.

twenty − three =