ଶ୍ରୀମନ୍ଦିରରେ ହେବ ଅସ୍ଥାୟୀ ପୁଷ୍କରିଣୀ, ମଦନମୋହନ ଖେଳିବେ ଚାପ

0 121

ଭୁବନେଶ୍ୱର: ଆସନ୍ତାକାଲି ଅକ୍ଷୟ ତୃତୀୟ ଓ ଚନ୍ଦନ ଯାତ୍ରା ଆରମ୍ଭ ହେଉଛି । ତେବେ କରୋନା ମହାମାରୀ ପାଇଁ ଏସବୁ ଯାତ୍ରାକୁ ବିଧିମତେ ପାଳନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି କରିଛି । ମହାପ୍ରଭୁଙ୍କ ନୀତିକାନ୍ତି ନେଇ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଞ୍ଚମହାଦେବ କମିଟି ସହ ହୋଇଥିବା ବୈଠକରେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁଯାୟୀ ପାରମ୍ପରିକ ଭାବେ ସମସ୍ତ ନୀତିରୀତି ସହ ମହାପ୍ରଭୁଙ୍କ ବିଧି ପାଳନ କରାଯିବ । ନରେନ୍ଦ୍ର ପୁଷ୍କରିଣୀରେ ଯେଉଁସବୁ ନୀତି ହେଉଥିଲା ସେସବୁ ଶ୍ରୀମନ୍ଦିର ଭିତରେ ପାଳନ କରାଯିବ । ସାମାଜିକ ଦୂରତ୍ୱକୁ କଡ଼ାକଡ଼ି ଭାବରେ ପାଳନ କରି ଏସବୁ କାର୍ଯ୍ୟ ଶ୍ରୀମନ୍ଦିର ମେଘନାଦ ପ୍ରାଚୀର ମଧ୍ୟରେ ଅନୁଷ୍ଠିତ ହେବ । ସେହିଭଳି, ମହାପ୍ରଭୁଙ୍କ ଅକ୍ଷୟ ତୃତୀୟା ନୀତି, ରଥକାମ, ଚନ୍ଦନଯାତ୍ରା, ଚାପର ସମସ୍ତ ବିଧି ଶ୍ରୀମନ୍ଦିର ମଧ୍ୟରେ କରାଯିବ । ମହାପ୍ରଭୁଙ୍କ ନୌକା ବିହାର ପାଇଁ ଦୁଇଟି ପିତଳ ଜଳକୁଣ୍ଡ ପ୍ରସ୍ତୁତ କରାଯିବ ବୋଲି ଜଣାପଡ଼ିଛି । ଏହା ଭିତରେ ୨୧ ଦିନ ଧରି ମହାପ୍ରଭୁଙ୍କ ଜଳକ୍ରୀଡ଼ା ଓ ମାଣ୍ଡୁଅ ଭୋଗ କରାଯିବ ।

hiranchal ad1
Leave A Reply

Your email address will not be published.

nineteen + thirteen =