କରୋନା ମହାମାରୀ ମୁକାବିଲାରେ ଯୋଗ ଦେବା ପାଇଁ ସ୍ୱେଚ୍ଛାସେବୀଙ୍କୁ ରାଜ୍ୟ ସରକାରଙ୍କ ଆହ୍ୱାନ

0 150

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀ ମୁକାବିଲାରେ ସ୍ୱେଚ୍ଛାସେବୀଙ୍କୁ ଯୋଗ ଦେବା ପାଇଁ ରାଜ୍ୟ ସରକାର ଆହ୍ୱାନ କରିଛନ୍ତି । ଆଜି ଏ ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହପ।।ତ୍ର ଏକ ୱେବସାଇଟର ଉନ୍ମୋଚନ କରିଛନ୍ତି । ଏହି ୱେବସାଇଟ୍‌ଟି ହେଲା “https://covidsngranee.odisha.gov.in” । ଏହି ଅବସରରେ ଡିସି ଶ୍ରୀ ମହାପାତ୍ର କହିଛନ୍ତି ଯେ, କରୋନା ମହାମାରୀର ମୁକାବିଲା ପାଇଁ ରାଜ୍ୟ ସରକାର ତାଙ୍କର ସମସ୍ତ ସମ୍ବଳ ବିନିଯୋଗ କରିଛନ୍ତି । ଏହା ସହିତ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ଅନୁଷ୍ଠାନ ତଥା ସ୍ୱେଚ୍ଛାସେବୀ ସଂଗଠନ ମଧ୍ୟ ଏହି ବିପର୍ଯ୍ୟୟ ସହିତ ସାମିଲ୍ ହୋଇଛନ୍ତି । ଏହା ସହିତ ଦେଖାଯାଉଛି ଯେ, ଅନେକ ବ୍ୟକ୍ତିବିଶେଷ ଅଛନ୍ତି, ଯେଉଁମାନେ କୌଣସି ସଂଗଠନ ସହିତ ଜଡ଼ିତ ନୁହଁନ୍ତି । ମାତ୍ର ସ୍ୱଇଚ୍ଛାରେ ଏହି ବିପର୍ଯ୍ୟୟ ମୁକାବିଲାରେ ସରକାରଙ୍କୁ ସହଯୋଗ କରିବା ପାଇଁ ଚାହୁଁଛନ୍ତି । ମୁଖ୍ୟମନ୍ତ୍ରୀ ଏହି ସ୍ୱେଚ୍ଛାସେବୀମାନଙ୍କୁ ଆହ୍ୱାନ ଜଣାଇ କହିଛନ୍ତି ଯେ, କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ ଦେବା ପାଇଁ ସ୍ୱେଚ୍ଛାକୃତ ଭାବେ ଆଗେଇ ଆସନ୍ତୁ । ଏହି ୱେବସାଇଟ୍‌ଟି ମିଳିତ ଜାତିସଂଘର ଶିଶୁ କଲ୍ୟାଣ ପୁଞ୍ଜି (UNICEF)ର ସହଯୋଗରେ ରାଜ୍ୟ ସରକାରଙ୍କର ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ବିକଶିତ କରାଯାଇଛି । ତେଣୁ ବ୍ୟକ୍ତିବିଶେଷ ଏଥିରେ ପଞ୍ଜୀକୃତ କରିବା ପାଇଁ ଆହ୍ୱାନ କରାଯାଉଛି । ସଂପୃକ୍ତ ବ୍ୟକ୍ତିଙ୍କର କେଉଁ ବିଷୟରେ କାର୍ଯ୍ୟଦକ୍ଷତା ରହିଛି, କେଉଁ ଅଞ୍ଚଳ ପାଇଁ ସେ କାମ କରିବା ପାଇଁ ଚାହୁଁଛନ୍ତି, ଘରେ ରହି ବା ସରକାରୀ ଅଫିସ୍‌ଗୁଡ଼ିକରେ ନିର୍ଦ୍ଦିଷ୍ଟ ଅଞ୍ଚଳଗୁଡ଼ିକରେ ଜନସଚେତନତା ଓ ସୂଚନା ଦେବା ତଥା ଅତ୍ୟାବଶ୍ୟକ ସେବା ଯୋଗାଇଦେବା, ସ୍ୱାସ୍ଥ୍ୟ ତଥା ରିଲିପ୍ କ୍ୟାମ୍ପ ପରିଚାଳନା ଇତ୍ୟାଦିରେ କାର୍ଯ୍ୟ ସମ୍ପାଦନା କରିପାରିବେ ତାହା ଜଣାଇବେ । ରାଜ୍ୟ ତଥା ଜିଲ୍ଲା ପ୍ରଶାସନ ଏହି ୱେବସାଇଟରେ ଥିବା ତଥ୍ୟକୁ ଆଧାର କରି ପଂଜୀକୃତ ସ୍ୱେଚ୍ଛାସେବୀମାନଙ୍କୁ ଉପଯୁକ୍ତ କାର୍ଯ୍ୟରେ ବିନିଯୋଗ କରିବେ ।

hiranchal ad1
Leave A Reply

Your email address will not be published.

18 + sixteen =