ପୁରୀ ରଥ ନିର୍ମାଣ ପାଇଁ ବୌଦ୍ଧରୁ ଗଲା ଦ୍ୱିତୀୟ ପର୍ଯ୍ୟାୟ ରଥକାଠ

0 747

ବୌଦ୍ଧ : ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଶ୍ରୀ ଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ବୌଦ୍ଧ ବନଖଣ୍ଡରୁ ଆଜି ଦ୍ୱିତୀୟ ପର୍ଯ୍ୟାୟ ରଥକାଠ ପୁରୀ ଅଭିମୁଖେ ଯାଉଛି । ପୂର୍ବରୁ ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ହରଭଙ୍ଗା ବ୍ଲକ ମାଧପୁର ଅଂଚଳରୁ ଦୁଇଟି ଟ୍ରକରେ ଅସନ କାଠ ବୋଝେଇ ହୋଇ ଯାଇଥିଲା । ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀ ଜଗନ୍ନାଥଙ୍କ ରଥ ନିର୍ମାଣପାଇଁ ବୌଦ୍ଧ ବନାଞ୍ଚଳର ଗୁନ୍ଦୁଳିଆ ବନାଞ୍ଚଳରୁ ଆଉ ତିନୋଟି ଟ୍ରକରେ ପୁରୀକୁ କାଠ ପଠାଯାଇଛି ।

hiring


ବୌଦ୍ଧ ବନଖଣ୍ଡ ଅଧିକାରୀ ଓ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗତ କିଛି ବର୍ଷ ହେଲା ବୌଦ୍ଧ ଜିଲ୍ଲାରୁ କାଠ ପଠାଯାଉଛି ପୁରୀ ରଥ ନିର୍ମାଣ ପାଇଁ । ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଙ୍ଗଲରୁ ଶ୍ରୀଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥ ନିର୍ମାଣ କରାଯାଉଥିବାରୁ ବୌଦ୍ଧର ଜନସାଧାରଣଙ୍କ ମନରେ ଉତ୍ସାହ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । କାଠ ବୋଝେଇ ହୋଇ ଯାଉଥିବା ବେଳେ ଶ୍ରୀଜଗନ୍ନାଥ ପ୍ରେମୀମାନେ ଜୟ ଜଗନ୍ନାଥ ଉଚ୍ଚାରଣ କରି ମୁଣ୍ଡିଆ ମାରୁଥିବା ଦୃଶ୍ୟ ଏ ଅଂଚଳର ଲୋକଙ୍କ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରତି ଭଲପାଇବାର ପ୍ରମାଣ ଦେଉଛି ।

hiranchal ad1
Leave A Reply

Your email address will not be published.

1 + 3 =