ଉଗ୍ର ରୂପ ନେଲା ପାରିବାରିକ କଳହ,ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

0 49

ସୁନ୍ଦରଗଡ- ପାରିବାରିକ କଳହକୁ କେନ୍ଦ୍ର କରି ପଥରରେ ଛେଚି ସ୍ତ୍ରୀକୁ ହତ୍ୟା କଲେ ସ୍ବାମୀ। ଏପରି ଏକ ହତ୍ୟାକାଣ୍ଡ ଘଟିଛି ସୁନ୍ଦରଗଡ ଜିଲା ତଳସରା ଥାନା ଅନ୍ତର୍ଗତ ଡମକୁଡା ଗ୍ରାମରେ। ପୋଲିସ ସୂଚନା ମୁତାବକ ,ଶୁକ୍ରବାର ରାତିରେ ପାରିବାରିକ କଳହକୁ କେନ୍ଦ୍ର କରି ସେହି ଗ୍ରାମର ରାଜେଶ କୁମାର ହେମ୍ବ୍ରମ ତାଙ୍କ ସ୍ତ୍ରୀ ଆରତି ହେମ୍ବ୍ରମ(୩୫)ଙ୍କ ସହିତ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସ୍ବାମୀ ରାଜେଶ ପ୍ରଥମେ ଏକ ବାଡ଼ିରେ ସ୍ତ୍ରୀ ଆରତିକୁ ନିସ୍ତୁକ ବାଡେଇବା ସହ ପରେ ଏକ ପଥରରେ ଛେଚି ହତ୍ୟା କରିଥିଲେ। ଶନିବାର ସକାଳେ ତାଙ୍କର ବଡ ପୁଅ ଏ ସମ୍ପର୍କରେ ତଳସରା ଥାନାରେ ରିପୋର୍ଟ କରିବା ପରେ ସଦର ଏସଡିପିଓ ନିର୍ମଳ ମହାପାତ୍ର ଓ ତଳସରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ସକାଶେ ସୁନ୍ଦରଗଡ ଜିଲା ମୁଖ୍ୟ ଡାକ୍ତରଖାନାକୁ ପଠାଇ ତଦନ୍ତ ଆରମ୍ଭ କରିଛି। ପୋଲିସ ଅଭିଯୁକ୍ତ ସ୍ବାମୀ ରାଜେଶକୁ ଅଟକ ରଖି ପଚରାଉଚରା କରୁଛି।

hiranchal ad1
Leave A Reply

Your email address will not be published.

five + 19 =