୫୦୦ କେଜିରୁ ଉଦ୍ଧ୍ୱର୍ ଗଞ୍ଜେଇ ଜବତ ୨ ଅଟକ

0 273

ଗଞ୍ଜାମ /କୋଦଳା :ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବାଦର୍ଖପଲି ଗ୍ରାମର ଏକ ଘରୁ ୫୦୦କେଜିରୁ ଉଦ୍ଧ୍ୱର୍ ଗଞ୍ଜେଇ ଜବତ କଲା କୋଦଳା ପୋଲିସ୍‌ । କୌଣସି ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା ପୋଲିସ୍‌ । ଘଟଣାସ୍ଥଳରେ କୋଦଳା ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀଙ୍କ ଉପସ୍ଥିତିରେ ଗଞ୍ଜେଇ ଜବତ କରିଛି ପୋଲିସ୍‌ ।ଘଟଣା ସ୍ଥଳରେ କୋଦଳା ଆଇଆଇସି ଦେବାଶିଷ ମହାନ୍ତି ଏସଡ଼ିପିଓ ସୂର୍ଯ୍ୟମଣି ପ୍ରଧାନ ଉପସ୍ଥିତ ଅଛନ୍ତି । ପ୍ରକାଶ ଥାଉକି ଚାରି ମାଷ ଭିତରେ କୋଦଳା ପୋଲି କୁ ଗୋଟିଏ ପରେ ଗୋଟିଏ ସଫଳତା ମିଳିଛି । ପ୍ରଥମେ କଞ୍ଚଣା ନିକଟରୁ ୯୦୦ କେଜିରୁ ଉଦ୍ଧ୍ୱର୍ ଗଂଜେଇ ଜବତ ହୋଇଥିବା ବେଳେ ଭାଟପୋଡ଼ା ନିକଟରୁ ୩୪୦ କେଜି କଞ୍ଚଣା ନିକଟରୁ ୧୦୦ କେଜି ବେତେରାପୋଲି ନିକଟରୁ ୧୦୦୦ କେଜି ଜବତ କରିବାରେ ସଫଳ ହୋଇଥିବାବେଳେ ବର୍ତ୍ତମାନ ୫୦୦ କେଜିରୁ ଉଦ୍ଧ୍ୱର୍ ଗଞ୍ଜେଇ ଧରିବା ସହ ୨ ଜଣକୁ ଅଟକ ରଖିବାରେ ସକ୍ଷମ ହୋଇଛି । ଏହି ଅଞ୍ଚଳରେ ବିଭିନ୍ନ ଉପାୟରେ କୋଲକାତା, ଝାଡ଼ଖଣ୍ଡ, ସୁରଟ, ମୁମ୍ବାଇକୁ ଦିନକୁ ଦିନ ଗଂଜେଇ ଚୋରାଚାଲାଣ ହେଉଥିବା ବେଳେ ପୋଲିସ ଓ ଅବକାରୀ ବିଭାଗର ନିଦ ହଜାଇ ଦେଇଛି । ଏବେ ଦେଖିବାକୁ ବାକି ରହିଲା ଏହି ଚୋରା ଚାଲାଣର ମୁଖ୍ୟ ମାଷ୍ଟରମାଇଣ୍ଡକୁ କେବେ ପୋଲିସ ଗିରଫ କରୁଛି ।

hiranchal ad1
Leave A Reply

Your email address will not be published.

five × 3 =